ଆଜି ବି ପ୍ରବଳ ଖରା , ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ଆଜି ବି ପ୍ରବଳ ଖରା । ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା । କିଛି ସ୍ଥାନରେ ୪୩ ଡିଗ୍ରୀ ଟପିପାରେ ତାପମାତ୍ରା । ଆଜି ହିଟୱେଭ୍ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡାକୁ ଆଲର୍ଟ କରାଯାଇଛି। ଆଜି ପରେ ଧୀରେ ଧୀରେ କମିବ ତାପମାତ୍ରା। ଆସନ୍ତା ୨ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ।

ଗତକାଲି ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୭, ବୌଦ୍ଧ ଓ ତାଳଚେରରେ ୪୧.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା ।

 

ଆହୁରି ପଢ଼ନ୍ତୁ :  ଆହୁରି ୨୪ ଘଣ୍ଟା କଲବଲ କରିବ ତାତି : ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ, ୪ ରୁ ବର୍ଷା ଆଶଙ୍କା