Categories: ରାଜ୍ୟ

ଆସନ୍ତା ୨୭ ତାରିଖରେ କିଟରେ ଅନୁଷ୍ଠିତ ହେବ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ନବମ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ବର(କେନ୍ୟୁଜ୍): କିଟରେ ଚକ୍ରୀୟ ଅର୍ଥନୀତି ଦିଗରେ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ନବମ ଆନ୍ତର୍ଜାତିକ ସମ୍ମିଳନୀ ନଭେମ୍ବର ୨୭ ତାରିଖରୁ ଅନୁଷ୍ଠିତ ହେବ । କିଟ୍‌ ବିଶ୍ୱବିଦ୍ୟାଳୟ ଓ ଇଣ୍ଟରନାସନାଲ୍‌ ସୋସାଇଟି ଅଫ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ, ବାୟୁ ଓ ଜଳ(ଆଇଏସ୍‌ଡବ୍ଲୁଏମ୍‌ଏଡବ୍ଲୁ)ମିଳିତ ସହଯୋଗରେ ୨୭ରୁ ୩୦ ତାରିଖ ଚାରିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତ ସମେତ ଅଷ୍ଟ୍ରିଆ, ମାଲେସିଆ, ଇଟାଲୀ, ଶ୍ରୀଲଙ୍କା, ଆମେରିକା, ଇଣ୍ଡୋନେସିଆ, ସର୍ବିଆ, ଥାଇଲାଣ୍ଡ, ବାଂଲାଦେଶ, ଜାପାନ ଓ ଇଂଲଣ୍ଡ ଆଦି ୩୦ଟି ଦେଶରୁ ହଜାରେରୁ ଉର୍ଦ୍ଧ୍ୱ ପରିବେଶବିତ୍‌ ଓ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହାସହ ପଢନ୍ତୁ: ବିଶ୍ୱର ସବୁଠୁ ବଡ ଲିଖିତ ସମ୍ବିଧାନ , ଜାଣନ୍ତୁ ଏହା ସହ ଜଡିତ କିଛି ଅଜଣା ତଥ୍ୟ

ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦କୁ ପୂରଣ କରିବାକୁ ବିଶ୍ୱରେ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ଏବଂ ସମ୍ବଳ ସଂରକ୍ଷଣ ହେଉଛି ଜାତିସଂଘର ମୌଳିକ ଲକ୍ଷ୍ୟ । ଏହାକୁ ଦୃଷ୍ଟିରେ ରଖି ଏହି ଆନ୍ତର୍ଜାତିକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ବର୍ଜ୍ୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି ଏବଂ ଗୋଟିଏ ଛତା ତଳେ ଏଥିପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବା ନିମନ୍ତେ ୨୦୦୯ ମସିହାରୁ କଠିନ ବର୍ଜ୍ୟ ପରିଚାଳନା ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରା ଯାଇଆସୁଛି ।

ଆନ୍ତର୍ଜାତିକ କଠିନ ବର୍ଜ୍ୟ ପରିଚାଳନା ଉପରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀ ହେଉଛି ଭାରତରେ ଏ କ୍ଷେତ୍ରରେ ଜ୍ଞାନ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ନବମ ଆନ୍ତର୍ଜାତିକ ସମ୍ମିଳନୀ ବିନିମୟ, ସଚେତନତା ସୃଷ୍ଟି ଏବଂ ଅର୍ବାନ ଲୋକାଲ୍‌ ବଡିଜ୍‌(ୟୁଏନ୍‌ବି), ସରକାରୀ ବିଭାଗ, ଗବେଷକ, ଶିଳ୍ପ ପ୍ରତିଷ୍ଠାନ, ଏନ୍‌ଜିଓ, ସାଧାରଣ ଲୋକ ଏବଂ ଅନ୍ୟ ଅଂଶଦାରମାନଙ୍କୁ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରିବାରେ ଏକ ବଡ଼ ପ୍ରୟାସ । ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯେଉଁ ନିଷ୍କର୍ସ ବାହାରିବ ତାହା ବର୍ଜ୍ୟ ପରିଚାଳନାରେ ଅର୍ବାନ ଲୋକାଲ୍‌ ବଡିଜ୍‌, ଶିଳ୍ପ ପ୍ରତିଷ୍ଠାନ, ଏନଜିଓ ଏବଂ ସାଧାରଣଲୋକଙ୍କୁ ସହାୟକ ହେବ ।

ଏହାସହ ପଢନ୍ତୁ: ମାତ୍ର ୧୨ ବର୍ଷ ବୟସରେ ଡାଟା ସାଇଣ୍ଟିଷ୍ଟ୍‍ ହେଲେ ସିଦ୍ଧାର୍ଥ! ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

ଏଥିରେ କଠିନ ଓ ତରଳ ବର୍ଜ୍ୟ ପୃଥକୀକରଣ, ସଂଗ୍ରହ, ପରିବହନ , ଜୈବିକ ଓ ଯାନ୍ତ୍ରିକ ପ୍ରକ୍ରିୟାକରଣ ଆଦି ଉପରେ ବିସ୍ତତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଜର୍ମାନୀର ରୋସ୍ତକ ବିଶ୍ୱବିଦ୍ୟାଳୟର ଏମ୍‌ ନେଲ୍‌ସ, ଇଟାଲୀର ପେରୁଗିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଫ୍ରାନ୍‌ସିସ୍‌କୋ ଡି ମାରିଆ, ଶ୍ରୀଲଙ୍କା ଏଇସିଇପିର ଡ. ଆବାସ୍‌ ବସିଦ୍‌, ସିଏସ୍‌ଆଇଆରର ଡ. ଅଶୋକ ପାଣ୍ଡେ, ଆଇଆଇଏସ୍‌ସିର ପ୍ରଫେସର୍‌ ଏସ୍‌. ଏନ୍‌ ଚାଣକ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ସସ୍ମିତା ସାମନ୍ତ, ଏପିପିସିବିର ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଏସ୍‌ଏସ୍‌ ପ୍ରସାଦଙ୍କ ସମେତ ଦେଶ ବିଦେଶର ବହୁ ଖ୍ୟାତି ସମ୍ପନ୍ନ ଗବେଷକ, ପରିବେଶବିତ୍‌ ଓ ପ୍ରତିନିଧି ଯୋଗ ଦେଉଛନ୍ତି । ଏହି ସମ୍ମିଳନୀରେ ଶିଳ୍ପ ପ୍ରତିଷ୍ଠାନ ୟୁଏଲ୍‌ବି ଏବଂ ଏନ୍‌ଜିଓ ପାଇଁ ଉତ୍କର୍ଷତା ପୁରସ୍କାର, ସର୍ବୋତ୍କଷ୍ଟ ଗବେଷଣାତ୍ମକ ସନ୍ଦର୍ଭ ପାଇଁ ସ୍ପ୍ରିଙ୍ଗର ଉତ୍କର୍ଷତା ପୁରସ୍କାର, ଯୁବ ବୈଜ୍ଞାନିକ ପୁରସ୍କାର, ବିଶିଷ୍ଟ ବ୍ୟକ୍ତିତ୍ୱ ପୁରସ୍କାର ପ୍ରଦାନ କରାଯିବ ।

 

 

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

5 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

14 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

14 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

31 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

32 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

36 mins ago