ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ: ଓକିଲଙ୍କ ସୂଚନା

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବ ତିନିଦିନିଆ ଅନ୍ତରୀଣ ଜାମିନ ପ୍ରଦାନ ।  ଖୋର୍ଦ୍ଧାର ନବ ନିର୍ବାଚିତ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୩ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ।  ଜୁନ ୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି । ୯ରୁ ୧୧ ତାରିଖ ଯାଏ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି ।  ଦୁଇଜଣ ଜାମିନଦାରଙ୍କ ସହ ପଚାଶ ହଜାର ଚଙ୍କାର ବେଲ ବଣ୍ଡ ଦାଖଲ କରି ଜାମିନରେ ଯିବେ ବୋଲି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପ୍ରଭାତ କୁମାର ଦାସ ସୂଚନା ଦେଇଛନ୍ତି ।

ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାର ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ମେ୨୫ରେ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଆଧାରରେ ତାଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଜେଲରେ ସେ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାର ନୂତନ ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଛନ୍ତି ।

 

 

 

You might also like