ରାଜ୍ଯର ବିଭିନ୍ନ ସ୍ଥାନରେ ପାଳନ ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ। ପ୍ରତିବର୍ଷ ଆର୍ଟ ଗିଭିଂ ଦିବସରେ ସ୍ୱତନ୍ତ୍ର ଥିମ୍‌ ଥାଏ। ଚଳିତ ବର୍ଷର ଆର୍ଟ ଅଫ ଗିଭିଂର ଥିମ ରହିଛି-ହୋପ୍‌-ହାପିନେସ୍‌-ହାର୍‌ମୋନୀ। ଆଶା-ଆନନ୍ଦ-ସମ୍ପ୍ରୀତି। ଗୋଟିଏ ଗଛ ଲଗାନ୍ତୁ, ପ୍ରକୃତି ମାଆର ସୁରକ୍ଷା ପାଇଁ ଏହା ହେବ ଆଶାର ପ୍ରତୀକ। ଅନ୍ୟମାନଙ୍କ ସହ ଭଲରେ କଥା ହୋଇ ଖୁସି ବାଣ୍ଟନ୍ତୁ। ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପ୍ରତୀକ ଭାବେ ଗୋଟିଏ ପେନ୍‌ ଦିଅନ୍ତୁ। ଶିକ୍ଷା ଯାହା ସମାଜରେ ଏକ ସଦ୍‌ଭାବ ସୃଷ୍ଟି କରିବ। ଏହାକୁ ନେଇ ଆଜି ଦେଶ-ବିଦେଶରେ ଅନେକ ସ୍ଥାନରେ ପାଳିତ ହେଉଛି ଆର୍ଟ ଅଫ ଗିଭିଂ ଦିବସ। ସଂଧ୍ୟାରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଆର୍ଟ ଗିଭିଂର ନବମ ବାର୍ଷିକ ସମାରୋହ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କାଦମ୍ବିନୀ ଓ କୁନି କଥା ପକ୍ଷରୁ ଭୁବନେଶ୍ୱର ଭରତପୁର ଠାରେ ଥିବା ବୀଣାଭାରତୀ ବିଦ୍ୟାମନ୍ଦିରରେ ପାଳିତ ହେଉଛି ଆର୍ଟ ଅଫ୍‌ ଗିଭିଙ୍ଗ ଦିବସ।

puri

ପୁରୀରେ ପାଳିତ ହୋଇଛି ଆର୍ଟ ଅଫ ଗିଭିଂ ଦିବସ:

ଶ୍ରୀକ୍ଷେତ୍ର ପୁରୀରେ ପାଳିତ ହୋଇଛି ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଂ ଦିବସ। ଏହି ଅବସରରେ ପୁରୀ ଉତ୍କଳ ବାଳାଶ୍ରମ ପରିସରରେ ଥିବା ଅନ୍ତେବାସୀଙ୍କ ସହ ଏହି ଦିବସକୁ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାକେଟ କଲମ ପ୍ରଦାନ କରାଯାଇଥିଲା।

କଟକ ସହର ଉପକଣ୍ଠ ସାର୍ତ୍ତୋଳରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ:

ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ। ୨୦୧୩ ମସିହାରେ କିଟ କିସ କଳିଙ୍ଗ ଟିଭିର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆର୍ଟ ଅଫ ଗିଭିଂ ପ୍ରୟାସ ଆରମ୍ଭ ହୋଇଥିଲା। ଏବେ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହି ଚିନ୍ତାଧାରାରେ ନିଜକୁ ସାମିଲ କରିଛନ୍ତି। ଆଜି ସାରା ବିଶ୍ୱରେ ଆର୍ଟ ଅଫ ଗିଭିଂର ନବମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଆର୍ଟ ଅଫ ଗିଭିଂର ଚଳିତ ବର୍ଷର ବିଷୟବସ୍ତୁ ରହିଛି ହୋପ- ହାପିନେସ- ହାରମୋନି ବା ଆଶା – ଆନନ୍ଦ- ସଁପ୍ରିତି। କଟକ ସହର ଉପକଣ୍ଠ ସାର୍ତ୍ତୋଳରେ ଏହି ଅବସରରେ ଆର୍ଟ ଅଫ ଗିଭିଂର ସଦସ୍ୟମାନେ ବୃକ୍ଷ ରୋପଣ କାର୍ଯ୍ୟ କରୁଛନ୍ତି।

jaleswar

ଜଳେଶ୍ୱରରେ ପାଳନ କରାଯାଉଛି ଆର୍ଟ ଅଫ୍‌ ଗିଭିଂ ଡେ:

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ପାଳନ କରାଯାଉଛି ଆର୍ଟ ଅଫ୍‌ ଗିଭିଂ ଡେ। ଜଳେଶ୍ୱର ଶାଖା ପକ୍ଷରୁ ସିଦ୍ଧେଶ୍ୱର ହାଇସ୍କୁଲ, ଟାଉନ ହାଇସ୍କୁଲ, ଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜଳେଶ୍ୱର ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ପେନ୍‌ ବଣ୍ଟାଯାଇଛି।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହେଉଛି ଆର୍ଟ ଅଫ୍‌ ଗିଭିଂ ଦିବସ:

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହେଉଛି ଆର୍ଟ ଅଫ୍‌ ଗିଭିଂ ଦିବସ। ଏହି ଦିବସର ବାର୍ତ୍ତା ପହଞ୍ଚାଇବା ପାଇଁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଆଗେଇ ଆସିଛନ୍ତି।

malkangiri

ମାଲକାନଗିରି ଜିଲ୍ଲାରେ ବି ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ:

ବିଶ୍ୱ ଆର୍ଟ ଅଫ୍ ଗିଭିଙ୍ଗ୍ ଡେ ଆଜି ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ସବୁ କୋଣ ଅନୁକୋଣରେ ପାଳନ କରାଯାଇଛି। ପ୍ରଥମେ ଜିଲ୍ଲା ସଦରମହକୁମାର ମଡେନ ସ୍କୁଲରେ ଆରମ୍ଭ ହୋଇଥିଲା । କିସ୍ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କିସ୍ କର୍ମକର୍ତ୍ତା, ଉଦୟ ଭଲ୍ୟୁଣ୍ଟାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ଗରିବ ପିଲାଙ୍କୁ କଲମ ଦେଇ ମୁହଁରେ କିଛି ହସ ଫୁଟାଯାଇଛି। ଜିଲ୍ଲା କିସ୍ ସଂଯୋଜକ ରମ୍ୟରଂଜନ ପରିଡା, ସହ ସଂଯୋଜକ ଉତ୍ତମ ସାହା ଏବଂ କଳିଙ୍ଗ ଟିଭି ଓ କେନ୍ୟୁଜ୍‌ ର ପ୍ରତିନିଧି ପ୍ରସାଦ ନାୟକ ଏବଂ ସନ୍ତାଷ ନାୟକ ମିଳିତ ସହଯୋଗରେ ଏହି ବଣ୍ଟନ କାର୍ଯ୍ୟ କରାଯାଇଛି।

ଯାଜପୁରରେ ନବମ ଆର୍ଟ ଅଫ ଗିଭିଂ ଦିବସ ପାଳିତ:

ନବମ ଆର୍ଟ ଅଫ ଗିଭିଂ ଦିବସ ପାଳିତ । ଯାଜପୁର ବ୍ଲକ ଅଧିନସ୍ଥ ଶ୍ୟାମଦାସପୁର ପଂଚାୟତ କଳସପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ନବମ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ କରୁଣାକର ବିଶ୍ଵାଳ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ କେଶବ ପଣ୍ଡା ଯୋଗଦେଇ କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଜୀବନାଦର୍ଶୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଏବଂ ପାଠ୍ୟ ଉପକରଣ ବଣ୍ଟାଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nayagarh

ନୟାଗଡ଼ ଗଣିଆ ବ୍ଲକରେ ବିଭିନ୍ନ ସ୍ଥାନରେ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ:

ନୟାଗଡ଼ ଗଣିଆ ବ୍ଲକରେ ବିଭିନ୍ନ ସ୍ଥାନରେ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହୋଇଯାଇଛି। ଗଣିଆ ବ୍ଲକ ଆଡକଟା ଉଚ୍ଚ ବିଦ୍ୟାଳୟ, ବେଲପଡ଼ା ପାଟଣା ଉଚ୍ଚ ବିଦ୍ୟାଳୟ ଏବଂ ରସଙ୍ଗ ସ୍କୁଲରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଗଣିଆ ବ୍ଲକ ଅଧ୍ୟକ୍ଷ ଝୁନା ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶେଷଦେବ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଓ ସମାଜସେବୀ ସଦାଶିବ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଜିର ଦିବସ ସମ୍ପର୍କରେ ସଚେତନ କରାଇଥିଲେ।

ମୟୂରଭଞ୍ଜ ଜିଲ୍ଲାରେ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ:

ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସକୁ ସାରା ବିଶ୍ୱ ପାଳନ କରୁଥିବା ବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଏହି ଦିବସକୁ ପାଳନ କରାଯାଇଛି। କେତେବେଳେ ଖାଦ୍ୟ ଦେଇ ତ, କେତେବେଳେ ସମସ୍ତଙ୍କୁ ଖୁସି ଦେଇ ଆଉ କେତେବେଳେ ସମସ୍ତଙ୍କ ପାଇଁ ଶିକ୍ଷାର ବାର୍ତ୍ତା ଦେଇ ଡ଼କ୍ଚର ଅଚ୍ୟୁତ ସାମନ୍ତ ତାଙ୍କର ମାନସ ମନ୍ଥନ ଆର୍ଟ ଅଫ୍‌ ଗିଭିଂକୁ ଚରିତାର୍ଥ କରିବାକୁ ପ୍ରୟାସ କରିଛନ୍ତି। ଖୁସି ବାଣ୍ଟିବା ସହ କୁନି କୁନି ପିଲାଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରି ତାଙ୍କ ମୁହଁରେ ଖୁସି ଆଣିବାକୁ ସକ୍ଷମ ହୋଇଛନ୍ତି। ଏଥି ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ସମସ୍ତ ୨୬ଟି ବ୍ଳକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ କେନ୍ଦୁଆ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି।

mahanga

ମାହାଙ୍ଗାରେ ଆର୍ଟ ଅଫ୍‌ ଗିଭିଙ୍ଗ ଦିବସ ପାଳିତ:

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ପାଳିତ ହୋଇଯାଇଛି ଆର୍ଟ ଅଫ୍‌ ଗିଭିଙ୍ଗ ଦିବସ। କେଣ୍ଟାଳ ଓ କଟର ପଡ଼ାର ୬ଟି ବିଦ୍ୟାଳୟ ତଥା ମନ୍ଦିର ପ୍ରାଙ୍ଗଣରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବୃକ୍ଷରୋପଣ ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। କିଟ୍‌ ଉପଦେଷ୍ଟା ପ୍ରମୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

 

 

Leave A Reply

Your email address will not be published.