ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି କିଟ୍ ସ୍କୁଲ ଅଫ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ । ଏଥିରେ ‘ରିସେଣ୍ଟ ଇନୋଭେସନ ଇନ୍ ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନ’ ଶୀର୍ଷକ ଆଲୋଚନା ହେଉଛି । ଏଥିରେ ଛାତ୍ର ଛାତ୍ରୀ, ଶିକ୍ଷାବିତ, ଶିଳ୍ପ ବିଶେଷଜ୍ଞ, ଗବେଷକ ଆଦି ଯୋଗ ଦେଇଛନ୍ତି । ସାରା ବିଶ୍ୱ ଏବେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛି । ଏଥିପାଇଁ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏଭଳି କାଯ୍ୟର୍କ୍ରମର ଆୟୋଜନ କରାଯାଇଛି । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୋଲାଣ୍ଡ ୟୁନିଭରସିଟି ଅଫ ଟେକସାସର ପ୍ରଫେସର ।