ରାଜ୍ୟ

ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବେ ସ୍ଥାନିତ କରିବା ପାଇଁ ଚାଲିଛି ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍

ଯାଜପୁରରୋଡ(କେନ୍ୟୁଜ): ଯାଜପୁରରେ ଆୟୋଜିତ ହୋଇଛି ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ଭର୍ଚୁଆଲ ମୋଡ଼ରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଭାରତ ସମେତ ମୋଟ ୧୮ ଟି ଦେଶର ପ୍ରତିନିଧି, ୨୦ ରୁ ଉର୍ଦ୍ଧ୍ବ ଆନ୍ତର୍ଜାତୀୟ କଳାକାର, ୭୫ ଜଣ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଛନ୍ତି। ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବା ପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଛି।

ତେବେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଆୟୋଜିତ ହୋଇଛି ଏହି ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ, କୋରାଇ ବିଧାୟକ ଅଶୋକ ବଳ ଓ ବଲିଉଡ଼ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି ଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଜାନୁଆରୀ ୧୨, ୧୩ ଓ ୧୪ ତାରିଖ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବାବେଳେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ କହିବାକୁ ଗଲେ କାରିଗରୀ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଓଡ଼ିଶା ତଥା ଯାଜପୁର ଜିଲ୍ଲା । ତେଣୁ ବିଶ୍ୱବ୍ୟାପୀ ଯାଜପୁର ସମେତ ଓଡ଼ିଶାର ହସ୍ତଶିଳ୍ପ ଓ କଳା ପ୍ରଦର୍ଶନ କରିବାକୁ ଏହି ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ପ୍ଲାଟଫର୍ମ ପ୍ରଦାନ କରିବ । ଯାହା ଏହି ସମ୍ମିଳନୀ ଆୟୋଜନର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ସମ୍ମିଳନୀର ଏହି ଦ୍ବିତୀୟ ସଂସ୍କରଣ ଯାଜପୁରର ବ୍ୟାସନଗର ଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନଗୁଡିକର ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।

ଗତବର୍ଷ ବ୍ୟାସନଗର ଠାରେ ପ୍ରଥମଥର ପାଇଁ ଏଭଳି ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲାବେଳେ ଚଳିତବର୍ଷ ଏହା ୨ୟ ବର୍ଷରେ ପଦାର୍ପଣ କରିଛି। ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବାପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

 

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

7 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

21 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

34 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

35 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago