ଭୁବନେଶ୍ବରରେ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର : ଭୁବନେଶ୍ବରରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ବଢ଼ୁଛି ବୋଲ କହିଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀଅନ୍ନ ଚାଷର ଗୁରୁତ୍ବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

କୋରାପୁଟ ଜିଲ୍ଲାରୁ ଶ୍ରୀଅନ୍ନ ଚାଷ ଆରମ୍ଭ ଦେଶ ପାଇଁ ଗୌରବର ବିଷୟ । ବର୍ତ୍ତମାନ ପ୍ରାୟ ୧୭୭ ଟି ବ୍ଲକରେ ଶ୍ରୀଅନ୍ନ ଚାଷକୁ ସଂପ୍ରସାରିତ କରାଯାଇଛି । ଆଗାମୀ ଦିନରେ ଓଡ଼ିଶାକୁ ମିଲେଟ ହବ କରିବାର ଯୋଜନା ରହିଛି । ମାଣ୍ଡିଆ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ ।

ମାଣ୍ଡିଆରେ କ୍ଷୀର ଠାରୁ ୩ ଗୁଣା କ୍ୟାଲସିୟମ ରହିଛି । ମିଲେଟରେ ଧାନ ଠାରୁ ଅଧିକ ୧୦ ଗୁଣା ଖାଦ୍ୟ ତନ୍ତୁ ରହିଛି । ଶ୍ରୀଅନ୍ନର ସର୍ବାଧିକ ଧାର୍ଯ୍ୟମୂଲ୍ୟ ସ୍ଥିର ହେବାକୁ ଯାଉଛି । ମାଣ୍ଡିଆକୁ ମିଡ ଡେ’ ମିଲ ଜରିଆରେ ପିଲାଙ୍କୁ ଦିଆଯାଉଛି । ଆନ୍ତର୍ଜାତିକ ଶ୍ରୀଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀ ମୌଳିକ ଖାଦ୍ୟର ପ୍ରକ୍ରିୟାକରଣକୁ ପ୍ରଭାବ ପକାଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂଦେଓ ।

ବାସି ଖାଦ୍ୟ ଖାଇବା ଲୋକଙ୍କ ଫେସନ ପାଲଟିଥିବା ସେ କହିଛନ୍ତି । ଏହି ଅବସରରେ ମାସ୍କଟ ମିଲି ମିଲେଟର ପ୍ରତିଛବି ଉନ୍ମୋଚିତ ହୋଇଛି । ମାଣ୍ଡିଆ ଦିବସ ଅବସରରେ ମିଲି ମାସ୍କଟ ସମସ୍ତଙ୍କୁ ସ୍ବାଗତ ଜଣାଉଛି ।  ଆମେ ଏବେ ଆଧୁନିକ ହୋଇଛୁ, ବାସି ଖାଦ୍ୟକୁ ପସନ୍ଦ କରୁଛୁ । ପ୍ରକୃତି ଓ ପ୍ରକୃତିଦତ୍ତ ଖାଦ୍ୟ ସାମଗ୍ରୀ ବିସ୍ମୃତିକୁ ଚାଲିଯାଇଛି ।

You might also like