କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ ହୋିଇଛି ।  ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ସାମିଲ ହୋଇଛନ୍ତି ।  କଳିଙ୍ଗ ଷ୍ଟାଡିୟମରେ ଜନ ସାଧାରଣଙ୍କ ସହ ଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ।  ଯୋଗ କେବଳ ଶରୀର ପାଇଁ ନୁହେଁ ବରଂ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ସାରା ଓଡ଼ିଶାରେ ଯୋଗ ଦିବସ ପାଳନ କରାଯାଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ନୟାପଲ୍ଲୀସ୍ଥିତ କସ୍ତୁରବା ସ୍କୁଲ ଫିଲ୍ଡ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଏମ୍‌ପି ସମ୍ବିତ ପାତ୍ର କୋଣାର୍କ, ବାଚସ୍ପତି ସୁରମା ପାଢ଼ୀ ନୟାଗଡ଼, ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା, ମନ୍ତ୍ରୀ ରବି ନାରାୟଣ ନାଏକ ସମ୍ବଲପୁର, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଏମ୍‌ପି ବଳଭଦ୍ର ମାଝି ନବରଙ୍ଗପୁର, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଏମ୍‌ପି ରୁଦ୍ରନାରାୟଣ ପାଣି ଢେଙ୍କାନାଳ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା, ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀର, ବିଭୂତି ଭୂଷଣ ଜେନା ବ୍ରହ୍ମପୁର, ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଛତ୍ରପୁର, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବାଟି ବାରିପଦା, ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ରାଇରଙ୍ଗପୁର, ଏମ୍‌ପି ଅଭିମନ୍ୟୁ ସେଠୀ ଏବଂ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଭଦ୍ରକ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏବଂ ଏମ୍‌ପି ରବିନାରାୟଣ ବେହେ ବେହେରା ଯାଜପୁର ଏହିଭଳି ଅନ୍ୟ ମନ୍ତ୍ରୀ, ଏମ୍‌ପି ଓ ବିଧୟାକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ।

ଚଳିତ ବର୍ଷ ଯୋଗ ଦିବସ ପାଳନର ଥିମ୍ ରହିଛି ନିଜର ଓ ସମାଜ ପାଇଁ ଯୋଗ(ଯୋଗ ଫର ସେଲ୍ଫ୍ ଆଣ୍ଡ ସୋସାଇଟି) । ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି ।

 

 

 

You might also like