ଅନଲକ୍‌-୪ ଗାଇଡଲାଇନ୍: ଆଜିଠୁ ଅନ୍ତଃରାଜ୍ୟ ବସ୍ ଚଳାଚଳ ଆରମ୍ଭ, ସବୁ ଯାତ୍ରୀ କୋଭିଡ୍ କଟକଣା ମାନିବାକୁ ବାଧ୍ଯ

ଭୁବନେଶ୍ବର: ସେପ୍ଟେମ୍ବର ପହିଲା ଅର୍ଥାତ୍ ଆଜିଠାରୁ ଲୋକମାନଙ୍କର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କୌଣସି  କଟକଣା ରହିବ ନାହିଁ।  ସ୍ୱାଭାବିକ ହେବ ବସ୍‌ ସେବା । ବ୍ୟକ୍ତିଗତ ଯାନ ଓ ମାଲପତ୍ର ପରିବହନ ନିମନ୍ତେ ଏବଂ ପଡ଼ୋଶୀ ରାଜ୍ୟରେ ବ୍ୟବସାୟବାଣିଜ୍ୟ କରୁଥିବା ବ୍ୟବସାୟୀଙ୍କ ମାଲପତ୍ର ପରିବହନ ଉପରେ ମଧ୍ୟ କୌଣସି କଟକଣା ନାହିଁ। ଏଥିପାଇଁ କୌଣସି ଅନୁମତିର‌ ଆବଶ୍ୟକ ହେବନାହିଁ। ଅନଲକ୍‌-୪ ଗାଇଡଲାଇନରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ମାସ୍କ ନପିନ୍ଧିଲେ ଓ ସର୍ବସାଧାରଣରେ ଛେପ ପକାଇଲେ ଜରିମାନା ଦେବାକୁ ହେବ ।

କିନ୍ତୁ, ବ୍ୟକ୍ତିବ‌ିଶେଷଙ୍କ ଗମନାଗମନ ପାଇଁ ‘ଏସ୍‌ଓପି’ ଲାଗୁ କରାଯାଇଛି। ଏହି ‘ଏସ୍ଓପି’ ପାସେଞ୍ଜର୍‌ ଟ୍ରେନ୍, ଅଭ୍ୟନ୍ତରୀଣ ବିମାନଯାତ୍ର, ବନ୍ଦେ ଭାରତ ଏବଂ ଏୟାର୍‌ ଟ୍ରାନ୍ସପୋର୍ଟ ବବଲ୍‌ ବିମାନରେ ଗମନାଗମନ କରୁଥିବା ବ୍ୟକ୍ତି ଏବଂ ସାଇନ୍-ଅନ୍ ଓ ସାଇନ୍‌-ଇନ୍ ଭାରତୀୟ ଜଳଯାତ୍ରୀଙ୍କ ପ୍ରତି ଲାଗୁ କରାଯିବ।

Leave A Reply

Your email address will not be published.