ରାଜ୍ୟ

ବାଲେଶ୍ଵର: ମଦୁଆ ସ୍ୱମୀର ସଇତାନ କାଣ୍ଡ, ଚଳନ୍ତା ଅଟୋରୁ ପତ୍ନୀ ଓ ନବଜାତ ଶିଶୁକୁ ଠେଲି ଦେଇ କଲା ଗୁରୁତର

ବାଲେଶ୍ବର(କେନ୍ୟୁଜ୍): ମଦୁଆ ସ୍ୱମୀଙ୍କ ଉନ୍ମତ୍ତ  କାଣ୍ଡ। ଚଳନ୍ତା ଅଟୋରୁ ପତ୍ନୀ ଓ ନବଜାତ ଶିଶୁକୁ ଠେଲି ଦେଲେ। ଉଭୟ ଶିଶୁ ଓ ମାଆ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ଵର ସୋର ଅଞ୍ଚଳରେ ଏପରି ଘଟଣା ଘଟିଛି। ଔପଦା ବ୍ଲକ୍‌ କମାରପାଳ ଗରୁଡହତା ଅଞ୍ଚଳର ପ୍ରଦୀପ ଗିରି କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିଲେ। ୪ ଦିନ ତଳେ ସୋରସ୍ଥିତ ଏକ ନର୍ସିଂହୋମରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ସଙ୍ଗୀତା। ଆଜି ନର୍ସିଂହୋମରୁ ଡିସ୍‌ଚାର୍ଜ ହୋଇଥିଲେ ।

ଘରକୁ ଫେରୁଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ପ୍ରଦୀପ ଉଭୟ ନବଜାତ ଶିଶୁ ଓ ମାଆକୁ ରାଜବନ୍ଧ ଛକ ନିକଟରେ ଚଳନ୍ତା ଅଟୋରୁ ତଳକୁ ଠେଲି ଦେଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସ୍ୱାମୀ ପ୍ରଦୀପ ଗିରି ଫରାର ଅଛି।

husband

 

KNews Bureau

Recent Posts

ସଂସଦ ଇତିହାସରେ ପ୍ରଥମ, ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ…

6 seconds ago

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

21 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

23 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

27 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

28 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

33 mins ago