ସୁନା ଦୋକାନରୁ ଲୁଟ୍ ଘଟଣାର ତଦନ୍ତ, ସୁନା ଚୋରଙ୍କୁ ଖୋଜିବ କ୍ରାଇମବ୍ରାଞ୍ଚ
ଯାଜପୁର : ସୁନା ଲୁଟେରାଙ୍କୁ ଖୋଜିବ କ୍ରାଇମବ୍ରାଞ୍ଚ । ଯାଜପୁର ରୋଡ଼ ପାଣିକୋଇଲି ସୁନା ଦୋକାନରୁ ଲୁଟ୍ ଘଟଣାରେ ତନାଘନା ତଦନ୍ତ । ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ STFର ୩ ଜଣିଆ ଟିମ୍ । ଗତକାଲି ପାଣିକୋଇଲି ଅଞ୍ଚଳରେ ପଣ୍ଡା ଅଳଙ୍କାର ଦୋକାନରେ ଲୁଟ୍ ବେଳେ ଗୁଳିମାଡ଼ ହୋଇଥିଲା ।
ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଡକାୟତ ଧରାପଡିଥିବାବେଳେ ଲୁଟ ସୁନା ଧରି ଚମ୍ପଟ ମାରିଛନ୍ତି ଅନ୍ୟ ଦୁଇ ଡ଼କାୟତ। ଧରାପଡିଥିବା ଅପରାଧୀ ଝାରଖଣ୍ଡ ଓ ବିହାରର ବୋଲି ସୂଚନା ମିଳିଛି ।