ମାଲେସିଆ ଜାହାଜର ତଦନ୍ତ କରୁଛି କୋଷ୍ଟଗାର୍ଡ଼ ଓ ନୌସେନା
ବ୍ରହ୍ମଗିରି (କେ ନ୍ୟୁଜ୍) : ମାଲେସିଆରୁ ଆସି କୃଷ୍ଣପ୍ରସାଦର ରାଜହଂସ ଦ୍ୱୀପରେ ଫସି ରହିଥିବା ଜାହାଜ ସଂପର୍କରେ ତଦନ୍ତ କରୁଛି କୋଷ୍ଟଗାର୍ଡ ଓ ନୌସେନା। ଉପକୂଳ ନିରାପତ୍ତା ଦୃଷ୍ଟିରୁ କୋଷ୍ଟଗାର୍ଡର ଏକ ଟିମ୍ ଏହା ଉପରେ ନଜର ରଖିବା ସହ ଜାହାଜରେ ଥିବା ୮ଜଣ ବ୍ୟକ୍ତିଙ୍କୁ ପଚରା ଉଚରା କରୁଛି। ଗତକାଲି ନୌସେନାର ୪ଜଣ ଅଧିକାରୀ ଏହାର ଯାଞ୍ଚ କରିବା ସହ କେଉଁ ପରିସ୍ଥିତିରେ ଜାହାଜ ସେଠାରେ ପହଞ୍ଚିଲା ତାର ତଦନ୍ତ କରିଛନ୍ତି। ଜାହାଜରେ ମିଆଁମାରର, ମାଲୟେସିଆ, ଇଣ୍ଡୋନେସିଆ ସମେତ ଜଣେ ଭାରତୀୟ ମଧ୍ୟ ରହିଛନ୍ତି। ବିଦେଶୀ ନାଗରିକଙ୍କ ସଂପର୍କରେ ସେମାନଙ୍କ ଦୂତାବାସ ସହ ଯୋଗାଯୋଗ କରାଯାଉଛି। ଜାହାଜ ଖରାପ ହୋଇଥିବାରୁ ଏହାର ମରାମତି ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି।