ବଲାଙ୍ଗିର ବିଲେଇସଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ନିଲାମ ବିବାଦ, ୩ ଜଣିଆ ସ୍ୱତନ୍ତ୍ର ଟିମର ତଦନ୍ତ ଆରମ୍ଭ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲେଇସଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ନିଲାମ ବିବାଦ ଘଟଣାରେ ତଦନ୍ତ । ତିନି ଜଣିଆ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ବଲାଙ୍ଗିର ADMଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ କରାଯାଇଛି।
୪୪ ଲକ୍ଷରେ ସରପଞ୍ଚ ପଦ ନିଲାମ ଡକାଯିବା ନେଇ ଅଭିଯୋଗ ହୋଇଥିଲା। ଗତ ଶନିବାର ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଡକାଇ ମନ୍ଦିର କମିଟି ସରପଞ୍ଚ ପଦବୀ ପାଇଁ ଅକ୍ସନ କରିଥିଲା। ଏଥିରେ ସରପଞ୍ଚ ଆଶାୟୀ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ସର୍ବାଧିକ ନିଲାମ ଡାକିଥିଲେ। ଏହି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି ।