ଆଦିବାସୀ ଇଲାକାରେ ଆଇପିଏଲ ବେଟିଂ: ମାଲକାନଗିରି ପୋଲିସର ଚଢ଼ାଉ, ୨୭ଲକ୍ଷ ଟଙ୍କା ସହ ୪ଗିରଫ

ମାଲକାନଗିରି(କେନ୍ଯୁଜ୍): ଛୋଟ ସହରରେ ବଡ଼ ଜୁଆ। ଆଦିବାସୀ ଇଲାକାରେ ଡିଜିଟାଲ ଜୁଆ। ପୁଣିଥରେ କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂ ମାମଲା ସାମ୍ନାକୁ ଆସିଛି।  ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ। ସୂଚନା ପାଇ ମାଲକାନଗିରି ପୋଲିସର ଚଢ଼ାଉ। ପୋଲିସ ଚଉକାରୀ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୮ଲକ୍ଷ ଟଙ୍କା ଜବତ କରିବା ସହ ଅନଲାଇନ ଟ୍ରାଞ୍ଜେକ୍ସନରୁ ହେଉଥିବା ବ୍ଯାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ଲକ୍ଷ ଟଙ୍କା ଜବତ କରିଛି।

ଏହାସହ ସେମାନଙ୍କଠାରୁ ମୋବାଇଲ ,ଏଟିଏମ କାର୍ଡ,ବ୍ଯାଙ୍କ ପାସବୁକ ସହ ଆଇପିଏଲ ବ୍ଯାଟିଂ ନଥିପାତ୍ର ଗୁଡିକୁ ଜବତ କରିଛି। ଏହି ଆଇପିଏଲ ବେଟିଂର ଚେର ଛତିଶଗଡ଼ ପର୍ଯ୍ଯନ୍ତ ଲମ୍ବିଥିବା ବେଳେ ୩୦ପ୍ରତିଶତ ପର୍ଯ୍ଯନ୍ତ କମିଶନ ଖାଉଛନ୍ତି ବୁକିମାନେ। ପୋଲିସ ଗିରଫ କରିଥିବା ୪ ବୁକି ମିଡିଲ ବୁକି ଥିବାବେଳେ ମୁଖ୍ଯ ବୁକିକୁ ପୋଲିସ ଟ୍ରେସ କରିବା ଆରମ୍ଭ କରିଛି। ଖୁବଶୀଘ୍ର ଏମାନଙ୍କୁ ଧରାଯିବ। ଗିରଫ ହୋଇଥିବା ୪ବ୍ଯକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଥାଉକି, ପୋଲିସର ବହୁତ ଚେଷ୍ଟା ପରେ ମଧ୍ୟ ବୁକିମାନଙ୍କର ବେଟିଂ କରିବାର କଳାଧନ୍ଦା ବନ୍ଦ ହେବାର ନାଁ ଧରୁନାହିଁ। ଆଇପିଏଲରେ ବୁକିମାନେ ସବୁ ମ୍ୟାଚ୍ ଉପରେ ସଟ୍ଟା ଖେଳୁଛନ୍ତି। ଖାଲି ବିଦେଶରେ ନୁହେଁ ରାଜ୍ଯର ଛୋଟ ଛୋଟ ଇଲାକାରେ ମଧ୍ଯ ବେଟିଂ ଖେଲି କୋଟି କୋଟି ଟଙ୍କାରୁ ଅଧିକ କମାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.