ଆଇପିଏସ ଆଶିଷ ସିଂହଙ୍କୁ ବଦଳି, ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି

କେନ୍ୟୁଜ (ବ୍ୟୁରୋ) : ବରିଷ୍ଠ ଆଇପିଏସ ଅଫିସର ଆଶିଷ କୁମାର ସିଂହଙ୍କୁ ବଦଳି କରାଯାଇଛି । ଏବେ ତାଙ୍କୁ ଗୃହ ବିଭାଗର ଓଏସଡି (ଅଫିସର ଅନ ସ୍ପେସିଆଲ ଡ୍ୟୁଟି) ଭାବେ ନିଯୁକ୍ତି ମିଳିଛି । ଏ ସଂକ୍ରାନ୍ତରେ ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତୁରନ୍ତ ତାଙ୍କୁ ନୂତନ ପଦବୀରେ ଯୋଗ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ସେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଇନ ଚାର୍ଜ ଭାବେ ନିଯୁକ୍ତି ପାଇଥିଲେ ।