କଟକ ଦ୍ୱିତୀୟ ଭିଜିଲାନ୍ସ ଅଦାଲତ ବଡ଼ ଘୋଷଣା, ପୂର୍ବତନ ଆଇପିଏସ୍ ଅଫିସର ଦୋଷୀ ସାବ୍ୟସ୍ତ

କଟକ(କେନ୍ୟୁଜ୍) :ପୂର୍ବତନ ଆଇପିଏସ୍ ଅଫିସରଙ୍କୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ଦ୍ୱିତୀୟ ଭିଜିଲାନ୍ସ ଅଦାଲତ । ଏହାସହ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ ଆଇପିଏସ୍ ଅଫିସର ବୈଦ୍ୟନାଥ ଜେନା ନିଜ ପୁଅକୁ ଜଣେ ମିଲିଟାରୀ ଅଫିସରଙ୍କ ପୋଷ୍ୟପୁତ୍ର ଭାବେ ଦର୍ଶାଇ ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖିଥିଲେ । ଏହି ଜାଲିଆତି କରିଥିବାରୁ ୧୯୯୧ ମସିହାରେ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଥିଲା। କଟକ ଭିଜିଲାନ୍ସ ଅଦାଲତ ଆଜି ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ।