ରାଜ୍ୟ

IPS ସ୍ତରରେ ବଡଧରଣର ଅଦଳବଦଳ, ନୟାଗଡ଼ ଏସପି ହେଲେ ବଦଳି

କେନ୍ୟୁଜ୍(ବ୍ୟୁରୋ):  IPS ସ୍ତରର ବଡଧରଣର ଅଦଳବଦଳ। ବଦଳିରେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର। ନୟଗଡ଼ ପରୀ ହତ୍ୟା ଘଟଣା ବିବାଦୀୟ ହେବା ପରେ ଚର୍ଚ୍ଚାକୁ ଆସିଥିଲା ନୟାଗଡ଼ ପୋଲିସ। ଏବେ ଜିଲ୍ଲା ପୋଲିସ ମୁଖ୍ୟ ବଦଳିଛନ୍ତି। ତାଙ୍କ ସ୍ଥାନରେ ନୂଆ ଏସ୍‌ପି ହୋଇଛନ୍ତି ତାଳଚେରର ଏସ୍‌ଡିପିଓ ଥିବା ସିଦ୍ଧାର୍ଥ କଟରିଆ। ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡ୍‌କ୍ୱାର୍ଟରକୁ ବଦଳି କରାଯାଇଛି। ନୟାଗଡ଼ ସହ ଅନ୍ୟ ଜିଲ୍ଲାରେ ମଧ୍ୟ ଏସ୍‌ପି ବଦଳିଛନ୍ତି। ବି.ଗଙ୍ଗାଧର ହୋଇଛନ୍ତି ସମ୍ବଲପୁର ଏସ୍‌ପି।

ସେହିପରି ଭଦ୍ରକ ପାଇଁ ଚରଣ ସିଂହ ମୀନା, ଢେଙ୍କାନାଳ ପାଇଁ କେ.ଶିବା ଶୁବ୍ରାମଣିଙ୍କୁ ଏସ୍‌ପି ଦାୟିତ୍ୱ ଦିଆଯାଇଛି। ରାହୁଲ ପିଆର ହୋଇଛନ୍ତି ଯାଜପୁର ଏସ୍‌ପି। କେନ୍ଦ୍ରାପଡ଼ା ପାଇଁ ଏମ୍‌.ସନ୍ଦୀପ ସମ୍ପଦ, ରାଉରକେଲା ପାଇଁ ମୁକେଶ କୁମାର ଭାମୋ, କଳାହାଣ୍ଡି ପାଇଁ ଶ୍ରବଣା ବିବେକ ଏମ୍‌, ବଲାଙ୍ଗିର ପାଇଁ କୁଶଲକର ନୀତିନ ଦାଗୁଡୁ, ରାୟଗଡ଼ା ପାଇଁ ବିବେକାନନ୍ଦ ଶର୍ମା, କୋରାପୁଟ ପାଇଁ ବରୁଣ ଗୁଣ୍ଟାପଲି, ନବରଙ୍ଗପୁର ପାଇଁ ପ୍ରହ୍ଲାଦ ସହି ମୀନାଙ୍କୁ ଏସ୍‌ପ ଦାୟିତ୍ୱ ଦିଆଯାଇଛି। ବିକାଶ ଚନ୍ଦ୍ର ଦାଶ ଝାରସୁଗୁଡାର ଏସ୍‌ପି ଇନ୍‌ଚାର୍ଜ ହୋଇଛନ୍ତି।

 

 

ଏମ୍‌.ସନ୍ଦୀପ ସମ୍ପଦ-ଏସ୍‌ପି, କେନ୍ଦ୍ରାପଡ଼ା

ମୁକେଶ କୁମାର ଭାମୋ-ଏସ୍‌ପି, ରାଉରକେଲ

ଶ୍ରବଣା ବିବେକ ଏମ୍‌-ଏସ୍‌ପି, କଳାହାଣ୍ଡି

କୁଶଲକର ନୀତିନ ଦାଗୁଡୁ-ଏସ୍‌ପି, ବଲାଙ୍ଗିର

ବିବେକାନନ୍ଦ ଶର୍ମା-ଏସ୍‌ପି, ରାୟଗଡ଼ା

ବରୁଣ ଗୁଣ୍ଟାପଲି-ଏସ୍‌ପି, କୋରାପୁଟ

ପ୍ରହ୍ଲାଦ ସହି ମୀନା-ଏସ୍‌ପି, ନବରଙ୍ଗପୁର

ବିକାଶ ଚନ୍ଦ୍ର ଦାଶ-ଏସ୍‌ପି ଇନ୍‌ଚାର୍ଜ, ଝାରସୁଗୁଡ଼ା

KNews Bureau

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

2 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

2 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

3 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

3 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

3 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

3 hours ago