ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ କଟକ ଭୁବନେଶ୍ବର DCP। ଜଗମୋହନ ମୀନା ଭୁବନେଶ୍ବର DCP ହୋଇଛନ୍ତି । ସେହିପରି ଖିଲାରୀ ରିଷିକେଶ ହୋଇଛନ୍ତି କଟକ DCP। ଭୁବନେଶ୍ବର DCP ପିନାକ ମିଶ୍ରଙ୍କୁ STF ଡିଆଇଜି ଭାବେ ବଦଳି ହୋଇଛି ।
ସେହିପରି ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP । ଜୟପୁର SDPO ଦାୟିତ୍ବରେ ଥିଲେ ଅଙ୍କିତ କୁମାର ବର୍ମା । ନରସିଂହ ଭୋଳ ଅତିରିକ୍ତ ପୋଲିସ କମିଶନର । ଅବକାରୀ କମିଶନର ଥିଲେ ନରସିଂହ ଭୋଳ । ଏସ ଏମ ନରୱାଣେ OHRC ସ୍ପେଶାଲ ଡିଜି ଦାୟିତ୍ବରେ ରହିବେ । ସେହିପରି ଆଇପିଏସ ଅଧିକାରୀ ଜୟନାରାୟଣ ପଙ୍କଜଙ୍କୁ ଆଇଜିପି ଇଣ୍ଟେଲିଜେନ୍ସ ଦାୟିତ୍ବ ମିଳିଛି । ଦୀପକ କୁମାରଙ୍କୁ ଆଇଜିପି ଅପରେସନ, ସାର୍ଥକ ଷଡ଼ଙ୍ଗୀଙ୍କୁ CID-CB ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି, ଉମାଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ ଡିଆଇଜି ଭାବେ ବଦଳି କରାଯାଇଛି ।
ଅନ୍ୟପଟେ ଅଖିଳେଶ୍ଵର ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଦାୟିତ୍ବ ମିଳିଥିବାବେଳେ ଚରଣ ସିଂହ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି । କଳାହାଣ୍ଡି SP ଅଭିଳାଷ ଜୀଙ୍କୁ ବଲାଙ୍ଗୀର SP ଭାବେ ବଦଳି କରାଯାଇଛି । ବୌଦ୍ଧ SP ନାଗରାଜ ଦେବରକୋଣ୍ଡା ହେଲେ କଳାହାଣ୍ଡି SP । କଟକ ରେଲୱେ SP ରାହୁଲ ଗୋଏଲଙ୍କୁ ବୌଦ୍ଧ SP ଭାବେ ବଦଳି ହୋଇଛି ।
ଆହୁରି ପଢ଼ନ୍ତୁ : ବିବାଦ ଘେରରେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ, ଚୁକ୍ତି ପରେ କହିଲେ ଯିବିନି ସିଂହବାହିନୀ