କେନ୍ୟୁଜ ବ୍ୟୁରୋ: ପୁରୀର ନୂଆ ଏସ୍ପି ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂହ । ପୂୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ବହନ ନେଇଛନ୍ତି । ତେବେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀମାନେ ବିଶାଲ ସିଂହଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି ।
ଗତକାଲି ରାତିରେ ବିଶାଲ ସିଂହ ପୁରୀରେ ପହଞ୍ଚି ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରିଥିଲେ । କନୱର ବିଶାଲ ସିଂ ପୂର୍ବରୁ କନ୍ଧମାଳ, କୋରାପୁଟ ଓ ସମ୍ବଲପୁର ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ଅଖିଳେଶ୍ୱର ସିଂହଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତେବେ ନିକଟରେ ପୁରୀ ବାସେଳିସାହି ଥାନାରୁ ହାଜତ ମୃତ୍ୟୁ ନେଇ ଖବର ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।