ସ୍ପେଶାଲ ସ୍କ୍ଵାଡ ହାତରେ ମୋଷ୍ଟ ୱାଣ୍ଟେଡ ଇରାନୀ ଗ୍ୟାଙ୍ଗ: ବିଭିନ୍ନ ରାଜ୍ୟରୁ ୪ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ସ୍ପେଶାଲ ସ୍କ୍ଵାଡ ହାତରେ ମୋଷ୍ଟ ୱାଣ୍ଟେଡ ଇରାନୀ ଗ୍ୟାଙ୍ଗ । ଜେମଷ୍ଟୋନ ବିକିବା ନାଁରେ ବାଇକରେ ବୁଲୁଥିଲେ । ଜାତୀୟ ରାଜପଥରେ ମହିଳା ଓ ଏକାକୀ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ଆଉ ଚୋରି କରିବା ପରେ ରେସିଂ ବାଇକରେ ଖସି ପଳାଉଥିଲେ । ବିଭିନ୍ନ ରାଜ୍ୟରୁ ୪ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ଵାଡ । ଏହି ଗ୍ୟାଙ୍ଗ ପାଖରୁ ୫ଟି ବାଇକ, ୧୭ ସୁନା ଚେନ୍‌ ଜବତ କରିଛି ପୋଲିସ I ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିହାର, ୟୁପିରେ ଚୋରି କରିବା ପରେ ଓଡ଼ିଶା ଓ ପଶ୍ଟିମବଙ୍ଗ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲେ ।

କେବଳ କମିଶନରେଟ ପୋଲିସ ଅଞ୍ଚଳରେ ଏମାନଙ୍କ ନାଁରେ ରହିଛି ୨୨ଟି ମାମଲା । ପୁରୀ, ଭଦ୍ରକ, କଟକ ଓ ଯାଜପୁରରେ ବି ଏହି ଗ୍ୟାଙ୍ଗ ନାଁରେ ମାମଲା ରହିଛି । ସେହିପରି ଖରିଆର ରୋଡରେ ରହି ବିଭିନ୍ନ ବିଭିନ୍ନ ସ୍ଥାନରୁ ଲୁଟପାଟ କରିଛନ୍ତି । ଦୋକାନୀକୁ ଡାଉଭର୍ଟ କରି କ୍ୟାସ ଲୁଟି ନେଇଛନ୍ତି । ଏହି ଚୋରଙ୍କୁ ଧରିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ଏମାନଙ୍କ ପୂର୍ବ ପୁରୁଷ ମାନେ ଇରାନରୁ ଆସି ଭାରତର ବିଭିନ୍ନ ଅଞ୍ଚଳରେ ରହି ଚୋରି କରୁଥିଲେ I ଏଥିପାଇଁ ଏମାନଙ୍କୁ ଇରାନୀ ଗ୍ୟାଙ୍ଗ କୁହାଯାଉଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.