ନାବାଳକ ଛାତିରେ ପଶିଲା ଲୁହା ଗ୍ରିଲ, ଏମ୍ସ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ । ନାବାଳକ ପୁଅ ଛାତିରେ ପଶିଗଲା ଲୁହା ଗ୍ରୀଲ । କଟର୍ ମେସିନ ଦ୍ବାରା କାଟିଲେ ଅଗ୍ନିଶମ ବାହିନୀ । ପିଲାଟିର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ, ନାବାଳକକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆଇଆରସି ଭିଲେଜ୍ ଏନ୍ ୧-୩୧୨ରେ ରହୁଥିଲେ ପରିବାର ସହ ରହୁଥିଲେ ନାବାଳକ । ସେ ଘର ପଚେରୀରେ ଚଢ଼ିଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପାଚେରୀରେ ଲାଗିଥିବା ଲୁହା ଗ୍ରୀଲ୍ ତାଙ୍କ ଛାତିରେ ପଶି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଶି ପ୍ରଥମେ କଟର ସାହାଯ୍ୟରେ ଗ୍ରୀଲ୍ କାଟି ନାବାଳକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ମେଡିକାଲ ପଠାଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ଆହୁରି ପଢ଼ନ୍ତୁ : ବୈତରଣୀ ନଦୀରେ ବୁଡ଼ି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ