କେନ୍ଦୁଝର: ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଣି ନିକଟରେ ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା  ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ କରିଛି ଯୋଡ଼ା ପୋଲିସ୍ । ଏହି ଘଟଣାରେ ୨ଜଣ ଅଟକ ଥିବା ବେଳେ, ଅନ୍ୟ ମାନେ ଖସି ପଳାଇଛନ୍ତି ।

ଏସବୁ ଗାଡି ବାହାର ରାଜ୍ୟର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିବାବେଳେ, ଗୋଟିଏ ପଡୋଶୀ ମୟୁରଭଞ୍ଜ ଜିଲ୍ଲାର ରେଜିଷ୍ଟେସନ ଗାଡି । ସୂଚନା ଥାଉକି, ଗତ କିଛି ଦିନ ଧରି ଯୋଡ଼ା ବଡ଼ବିଲ ଅଞ୍ଚଳରୁ ଖଣିଜ ପଥର ଚୋରା ଚାଲାଣ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.