ପୋଲିସ ନିଯୁକ୍ତିରେ ବଡ଼ଧରଣର ଅନିୟମିତତା: ବିଜେଡି ମୁଖପାତ୍ର ଲେଲିନ
ପୋଲିସ ନିଯୁକ୍ତିରେ ବଡ଼ଧରଣର ଅନିୟମିତତା । ବିଜେପି ସରକାରର ୬ମାସ ଶାସନରେ ନିଯୁକ୍ତିରେ ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । ଆଗ୍ନିକଙ୍କ ନିଯୁକ୍ତି କ୍ଷେତ୍ରରେ ୫୦ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି । ପୋଲିସ ବିଭାଗ ପକ୍ଷରୁ ନିଯୁକ୍ତି ପାଇଁ ଆଇଟିଆଇ ପିଏସୟୁ କଂପାନୀକୁ କାମ କରିବାକୁ ଟେଣ୍ଡର ମିଳିଥିଲା।
କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଏକ ଗୁଜୁରାଟ କମ୍ପାନୀକୁ ନିଯୁକ୍ତି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିଲା । ୯୪୧ ଆଗ୍ନିକ ଓ ୪୯୫ ଏସଆଇ ପଦ ପାଇଁ ପରୀକ୍ଷା ପତ୍ରକୁ ଲିକ କରାଯାଇ କୋଟି କୋଟି ଟଙ୍କା ହେରଫେର କରାଯାଇଥିବା କହିଛନ୍ତି ଲେନିନ । ଏନେଇ ମୁଖ୍ୟମନ୍ତ୍ରୀ କିମ୍ବା ଗୃହ ବିଭାଗ ନିଯୁକ୍ତି କ୍ଷତ୍ରରେ ହୋଇଥିବା ଅନିୟମିତତାର ଉତ୍ତର ରଖିବାକୁ ସେ ଦାବି କରିଛନ୍ତି । ଏ ବିଷୟରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।