ଦିନକୁ ଦିନ ଛୋଟ ହେଇଯାଉଛି କି ଚିଲିକା? ସିଲ୍‌ଟେସନ୍‌ ପାଇଁ ୭୦ ବର୍ଗ କିଲୋମିଟର ସଙ୍କୁଚିତ ସୂଚନା

ଚିଲିକା: ସଙ୍କୁଚିତ ହେଉଛି କି ଚିଲିକା ? ସିଲ୍‌ଟେନ୍‌ ପାଇଁ ୭୦ ବର୍ଗ କିଲୋମିଟର ସଙ୍କୁଚିତ ହୋଇଥିବା ସୂଚନା ମିଳିଛି । ବ୍ରିଟିଶ ସମୟରେ ହୋଇଥିବା ଆକଳନରେ ମୋଟ କ୍ଷେତ୍ରଫଳ ୧୧୬୫ ବର୍ଗ କିଲୋମିଟର ଥିଲା । ଏବେ ସାଟେଲାଇଟ୍‌ ଇମେଜ୍‌ରେ ୧୦୯୫ ବର୍ଗ କିଲୋମିଟର ରହିଛି । ପ୍ରତିବର୍ଷ ଚିଲିକାରେ ୨୮ ସିଏମ୍‌ରୁ ୮୦ ସିଏମ୍‌ ମଧ୍ୟରେ ପଟୁ ଜମା ହେଉଛି । ସର୍ବାଧିକ ପଟୁ ଖୋର୍ଦ୍ଧା ମଧ୍ୟସ୍ଥଳ ଓ ପୁରୀ ଉତ୍ତର ପାର୍ଶ୍ୱରେ ଜମା ହେଉଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ।

୧୯୭୧ ବେଳକୁ ଚାଲିକାରେ ୩ଟି ମୁହାଣ ଥିଲା । ୨୦୧୭ରେ ବ୍ରହ୍ମଗିରି ନିକଟରେ ଥିବା ଅରଖକୁଦର ଚିଲିକାର ଉତ୍ତର ମୁହାଁଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବା ସହ ସେଠାରୁ ଅଢେଇ କିଲୋମିଟର ଦୂର ସିପକୁଦ ନିକଟରେ ଏକ ନୂଆ ମୁହାଣ ଖୋଲିଥିଲା । ବାତ୍ୟା ଫନି ସମୟରେ ମିର୍‌ଜାପୁର ନିକଟ ୨-୩ କିମି ମଧ୍ୟରେ ତିନୋଟି ସ୍ଥାନରେ ନୂଆ ମୁହାଁଣ ଖୋଲିଥିବା ସିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ରିପୋର୍ଟ ଅନୁସାରେ ୨୦୧୦ରେ ଚିଲିକାରେ ୨୬୭ଟି ପ୍ରଜାତିର ମାଛ ମିଳୁଥିଲା । ବର୍ତ୍ତମାନ ଏହା ହ୍ରାସ ପାଇ ୨୨୫କୁ ଖସି ଆସିଛି । ଅର୍ଥାତ ୧୦ ବର୍ଷ ମଧ୍ୟରେ ଚିଲିକା ଜଳର ରାସାୟନିକ ପ୍ରକୃତି, ଗଭୀରତା ଓ ବ୍ୟାପକତା ହ୍ରାସ ପାଇବା ଯୋଗୁ ୪୨ଟି ପ୍ରଜାତିର ମାଛଙ୍କୁ ଆଉ ଦେଖିବାକୁ ମିଳୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.