ଓଲିଉଡରେ ଚାଲିଛି କି ନିଶା କାରବାର ? ଥାନାରେ ଅଭିଯୋଗ କଲା କଳିଙ୍ଗ ସେନା

ଭୁବନେଶ୍ୱର (କେନ୍ୟୁଜ): ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କଳିଙ୍ଗ ସେନାର ସାଙ୍ଘାତିକ ଅଭିଯୋଗ । ଓଲିଉଡରେ ଚାଲିଛି ନିଶା ଦ୍ରବ୍ୟର ବହୁଳ ବ୍ୟବହାର । ନିଶା ଅବସ୍ଥାରେ ଅଭିନେତ୍ରୀ ଅଭିନେତାଙ୍କ ସହ ରଖୁଛନ୍ତି ଅବୈଧ ସମ୍ପର୍କ । ନିଶା ଖାଇ ବାବୁସାନ ହରାଇଛନ୍ତି ମାନସିକ ସନ୍ତୁଳନ । ଏଭଳି ଅଭିଯୋଗ ଆଣିଲେ କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଖାରବେଳନଗର ଥାନାରେ ଏତଲା ଦିଆଯାଇଛି । ନିଶା ବ୍ୟବସାୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ଗ୍ରୁପ ଅଛି । ଚେନ ସିଷ୍ଟମ ଜରିଆରେ ଏହି କାରବାର ଚାଲିଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ମାଷ୍ଟରମାଇଣ୍ଡଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଏତଲା ଦିଆଯାଇଛି ।

ବଲିଉଡରେ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦୁଃଖଦ ଘଟଣାର ଓଡ଼ିଶାରେ ଯେପରି ପୁନରାବୃତି ନହୁଏ, ସେନେଇ ଏଫଆଇଆରରେ କୁହାଯାଇଛି । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ଯେ, ପ୍ରକୃତି ମିଶ୍ର ତାଙ୍କ ସ୍ୱାମୀ ବାବୁସାନଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶା ଯୋଗାଇ ଦେଉଛନ୍ତି । ଯେଉଁଥିପାଇଁ ତାଙ୍କ ପାରିବାରିକ ଜୀବନରେ ଝଡ଼ ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.