କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ISDWMW ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ୨୦୧୯ ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଇଣ୍ଟରନ୍ୟାସନାଲ ସୋସାଇଟି ଏଫ୍‌ ୱେଷ୍ଟ ମ୍ୟାନେଜମେଣ୍ଟ (ISDWMW) ପକ୍ଷରୁ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ୍‌ ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ ଜୀବନବ୍ୟାପୀ ସାଧନା ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି। କିଟ୍‌ରେ ଚାଲିଥିବା ନବମ ଆନ୍ତର୍ଜାତିକ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନାର ଉଦ୍‌ଯାପନୀ ଉତ୍ସବରେ ଶୁକ୍ରବାର ଡ. ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିଟ୍‌ ଓ କିସ୍‌ରେ ବର୍ଜ୍ୟ ପରିଚାଳନା କରି ସମ୍ବଳ ପୁନଃରୁଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡକ୍ଟର ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଡକ୍ଟର ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଉପ କୂଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଥିଲେ।ଏହି ଅବସରରେ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ୍‌ ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ କିଟ୍‌ ବିଶ୍ୱ ବିଦ୍ୟାଳୟ ଉପକୂଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ ଦକ୍ଷ ନେତୃତ୍ୱ ପାଇଁ ଏକସିଲେନ୍ସ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.