ଇସ୍କନ ମନ୍ଦିର ପୋଡିଲେ ବାଂଲାଦେଶୀ; ସଂସଦରେ ଉଦବେଗ ପ୍ରକାଶ କଲେ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ : ସରକାରୀ ଚାକିରିରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସଂରକ୍ଷଣକୁ ନେଇ ଉଠିଥିବା ଆନ୍ଦୋଳନ ନିଆଁରେ ଜଳୁଛି ବାଂଲାଦେଶ । ସାରା ଦେଶରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି । କେତେକ ବ୍ୟକ୍ତି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବା ସହ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ବାଂଲାଦେଶରେ ଗୋଟିଏ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରାଯାଇ ଭଙ୍ଗାରୁଜା କରାଯାଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମାକୁ ପୋଡ଼ିଦିଆଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି ।

ଗତକାଲି ସଂସଦରେ ଏହି ପ୍ରସଙ୍ଗ ଉଠାଇ ରୁଦ୍ର ନାରାୟଣ ଏହା କହିଥିଲେ ଯେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ କେବଳ ଓଡିଶା କି ଦେଶ ନୁହେଁ ସମଗ୍ର ଜଗତର ଠାକୁର। ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ବାଂଲାଦେଶରେ ଯେଉଁଭଳି ଭାବେ ଭଙ୍ଗା ଯିବା ସହ ମନ୍ଦିର ଉପରେ ଆକ୍ରମଣ କରାଯାଇଛି ତାହା ନିନ୍ଦନୀୟ । ଜଗନ୍ନାଥଙ୍କ ପ୍ରତିମା ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ,ନିନ୍ଦନୀୟ,ଦର୍ଦନାକ, ଅଧାର୍ମିକ ବୋଲି ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି।

କେବଳ ଓଡ଼ିଶାବାସୀ ନୁହଁନ୍ତି ସମଗ୍ର, ଦେଶବାସୀ, ବିଶ୍ୱବାସୀ ଏଭଳି ଘଟଣାକୁ ଗଭୀର ନିନ୍ଦ କରିଛନ୍ତି । ଏ ପ୍ରସଙ୍ଗରେ ସରକାର ତୁରନ୍ତ ବାଂଲାଦେଶ ସହିତ କଥାବାର୍ତ୍ତା କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ପାଇଁ ରୁଦ୍ର ନାରାୟଣ ପାଣି ସଂସଦରେ ଦାବୀ ଉପସ୍ଥାପନ କରିଛନ୍ତି ।

ଅନ୍ୟପଟେ ତେବେ ସଂରକ୍ଷଣ ବ୍ୟବସ୍ଥା ବିରୁଦ୍ଧର ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କାହିଁକି ଦଙ୍ଗାରେ ପରିଣତ ହେଉଛି। ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, ବ୍ୟାପକ କ୍ଷୟକ୍ଷତି ଏବଂ ଶେଖ୍ ହସିନାଙ୍କ ସରକାରର ପତନ ପଛରେ ବାସ୍ତବରେ କାହାର ହାତ ରହିଛି ତାହା ବିଶ୍ୱସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.