ରାଉରକେଲା NITରେ ଉଦ୍‌ଘାଟିତ ହେଲା ଇସ୍ରୋର ରିସର୍ଚ୍ଚ ସେଣ୍ଟର,ଗବେଷଣା ସହ ଉନ୍ନତମାନର ସରଞ୍ଜାମ ଗଢ଼ିବେ ଛାତ୍ରଛାତ୍ରୀ

ରାଉରକେଲା(କେନ୍ୟୁଜ୍): ରାଉରକେଲା ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏନ୍‌ଆଇଟିରେ ଇସ୍ରୋର ରିସର୍ଚ୍ଚ ସେଣ୍ଟର ଉଦ୍‌ଘାଟିତ । ଯାହାକି ପୂର୍ବ ଭାରତରେ ପ୍ରଥମ । ଆଜି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଉରକେଲା ଏନଆଇଟି ପରିସରରେ ଇସ୍ରୋର ରିସର୍ଚ୍ଚ ସେଣ୍ଟରକୁ ଉଦଘାଟନ କରିଛନ୍ତି ଇସ୍ରୋର ଡାଇରେକ୍ଟର । ଏନେଇ ଦୁଇ ବର୍ଷ ପାଇଁ ଇସ୍ରୋ ସହ ଏମଓୟୁ ସ୍ୱାକ୍ଷର କଲା ଏନ୍‌ଆଇଟି ।

isro 1

ଏନଆଇଟିର ୧୪ ମହଲା ବିଲ୍ଡିଂରେ ଖୋଲାଯାଇଛି ରିସର୍ଚ୍ଚ ସେଣ୍ଟର । ଏଠାରେ ଇସ୍ରୋରେ ବ୍ୟବହାର ହେଉଥିବା ବିଭିନ୍ନ ସରଞ୍ଜାମ ଉପରେ ରିସର୍ଚ୍ଚ କରିପାରିବେ ଛାତ୍ରଛାତ୍ରୀ । ସ୍ୱଦେଶୀ ଜ୍ଞାନ କୌଶଳ ଉପରେ ଗବେଷଣା କରିବା ସହ ଉନ୍ନତ ମାନର ସରଞ୍ଜାମ ତିଆରି କରି ଇସ୍ରୋକୁ ଯୋଗାଇବାରେ ସଫଳ ହେବେ ଛାତ୍ରଛାତ୍ରୀ ।

 

Leave A Reply

Your email address will not be published.