ଯାଜପୁର: ମାମଲାକୁ ପ୍ରତ୍ୟାହାର ନକଲେ ଜୀବନରୁ ମାରିଦେବାକୁ ଧମକ । ତୃତୀୟ ବିବାହ ମାମଲାରେ ନ୍ୟାୟ ଲାଗି ସବିନା ବିବି ଯାଜପୁର ଏସ୍ପିଙ୍କୁ ଭେଟିଲା ପରେ ପୋଲିସ ଦେଢଶୁର ଓ ଶାଶୁଙ୍କୁ ଗିରଫ କରିଛି । ଦୁହିଁଙ୍କୁ ଗିରଫ ପରେ ମାମଲାକୁ ପ୍ରତ୍ୟାହାର କରିବା ଲାଗି ପୀଡିତାଙ୍କ ଘରେ ପଶି କିଛି ଦୁର୍ବୁତ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ନିଜର ଏବଂ ଦୁଇ ବର୍ଷର ଝିଅ ସହ ପୁରା ପରିବାରକୁ ସୁରକ୍ଷା ଦେବାକୁ ସବିନା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଭୟବିତ ହୋଇଛନ୍ତି ପୀଡିତାଙ୍କ ପରିବାର । ଅଭିଯୁକ୍ତ ସ୍ୱାମୀ ଫେରାର ଥିବାରୁ ନିଜକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଛନ୍ତି ପୀଡିତା ଓ ତାଙ୍କ ପରିବାର ।