ଯାଜପୁର ମାଆ ବିରଜା ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ଘଟଣା: ଶୋଧନ ହେଲା ମାଆଙ୍କ ପୀଠ, ଥାନାରେ ଦିଆଗଲା ଏତଲା

ଯାଜପୁର ଟାଉନ୍‌ (କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ରବିବାର ଦିନ କଣ୍ଠଶିଳ୍ପୀ ତାରିକ ଅଜିଜ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ବିରଜା ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରିଥିଲେ । ମାଆଙ୍କ ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ବାରଣ ଥିବାରୁ ସେ କିଭଳି ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ମନ୍ଦିର ଫଟୋକୁ ସେ ନିଜି ସୋସିଆଲ ମିଡିଆ ଆକାଉଣ୍ଟରେ ପକାଇବା ପରେ ଏକଥା ପଦାକୁ ଆସିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଘଟଣା ପରେ ଆଜି ମାଆଙ୍କ ପୀଠକୁ ଶୋଧନ କରାଯାଇଛି । ଘଟଣାକୁ ନେଇ ବିରଜା ବାହିନୀଙ୍କ ସମେତ କେତେକ ଅନୁଷ୍ଠାନ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ କଳାକାରଙ୍କ କୌଣସି ଜାତି ନଥାଏ ବୋଲି କହିଛନ୍ତି କଣ୍ଠଶିଳ୍ପୀ ତାରିକ ଅଜିଜ । ଯଦି ତାଙ୍କ ପାଇଁ କାହା ମନରେ ଆଘାତ ଲାଗିଛି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଅବଶ୍ୟ ସେ ଏଥିପାଇଁ ତାଙ୍କୁ ଗୀତ ଗାଇବାକୁ ଡାକିଥିବା କମିଟିକୁ ଦୋଷ ଦେଇଛନ୍ତି । ଯେଉଁମାନେ ତାଙ୍କୁ ସେଠାକୁ ନେଇ କରି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.