ହଠାତ୍ ପାଗରେ ପରିବର୍ତ୍ତନ: ଟ୍ୱିନ ସିଟିରେ ସକାଳୁ ବର୍ଷା

କଟକ : ହଠାତ୍ ପାଗରେ ପରିବର୍ତ୍ତନ । ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ।  କଟକ ସହରରେ ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ବର୍ଷା । ସହରର ବିଭିନ୍ନ ସ୍ଥାନରେ ପାଣି ଜମିଛି । ଗତକାଲି ଦୀପାବଳି ପାଳନ ହୋଇଥିବାବେଳେ ଆଜି ମାଆ କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି । ଅନେକ ଲୋକ ସେମାନଙ୍କ ଗାଡ଼ି ପୂଜା ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି । ତେବେ ସକାଳୁ ସକାଳୁ ବର୍ଷା ଲାଗିରହିଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଭୁବନେଶ୍ବର ସମେତ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।