୧୦୦ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ତିଆରି ହେବ ଗୋଟିଏ ସେଣ୍ଟର

କଟକ(କେ ନ୍ୟୁଜ):  ୧୦୦ ପିଲାରେ ଗୋଟିଏ ସେଣ୍ଟର। ୧୦୦ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ତିଆରି ହେବ ଗୋଟିଏ ସେଣ୍ଟର। ଆସନ୍ତା ୧୮ ତାରିଖ ସୁଦ୍ଧା ସେଣ୍ଟର ନିର୍ଦ୍ଧାରଣ ହେବ ବୋଲି ଘୋଷଣା କରାଯାଇଛି । ୨୮ ତାରିଖ ସୁଦ୍ଧା ସେଣ୍ଟର ଗୁଡ଼ିକରେ ପହଂଚିବ ପ୍ରଶ୍ନପତ୍ର ଓ ଓଏମଆର ସିଟ ।

ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ସେଣ୍ଟର ନିର୍ଦ୍ଧାରଣ କରାଯିବ । ଅତି ବେଶୀରେ ୧୦୦ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ହେବ ଗୋଟିଏ ସେଣ୍ଟର । ଆସନ୍ତାକାଲି ପରୀକ୍ଷା ପାଇଁ ଫର୍ମପୂରଣ ଶେଷ ତାରିଖ । ଜୁଲାଇ ୩୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ ମାଟ୍ରିକ ପରୀକ୍ଷା ।

Leave A Reply

Your email address will not be published.