ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା, ବନ୍ୟା ଆଶଙ୍କା

ଭୁବନେଶ୍ୱର (କେନ୍ୟୁଜ) : ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତାକାଲି ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ସାଙ୍ଗକୁ ପ୍ରବେଶ କରିବ ମୌସୁମୀ । ପ୍ରବଳ ବର୍ଷାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି । ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହି ୪ ଦିନ ଜିଲ୍ଲାସ୍ତରରେ ଥିବା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟକୁ ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ଭୂସ୍ଖଳନ ହେବାକୁ ଥିବା ଜିଲ୍ଲାରେ ଜିଲ୍ଲାପାଳମାନେ ପଦକ୍ଷେପ ନେବେ । ଜରୁରୀ ପଡିଲେ, ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଏ ସମୟରେ ଅନେକ ଅଂଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ କିଛି ସ୍ଥାନରେ ଫ୍ଲାସ ଫ୍ଲଡ୍‌ ଆଶଙ୍କା ମଧ୍ୟ ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ । ଫସଲ କ୍ଷୟକ୍ଷତି ହେବା ନେଇ ଅନୁମାନ କରାଯାଇଛି। ତେଣୁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ କହିଛନ୍ତି ଏସ୍‌ଆର୍‌ସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.