ସ୍ଥିତି ଦେଖି ହୀରାକୁଦରରେ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯିବ: ବିଜୟ ମିଶ୍ର

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦର ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ଲାଗି ରହିଛି । ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯିବ । କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ବଢିଛି। ଆଖୁଆପଦାଠାରେ ବୈତରଣୀ ବଢିବା ସହ ଜଳକା ନଦୀର ବି ଜଳସ୍ତର ବଢୁଛି। ଉପରମୁଣ୍ଡରେ ପାଣି ଆସିବା ଜାରି ରହିଥିବାରୁ ଜଳସ୍ତର ଆହୁରି ବଢିବ।

୧୫ ତାରିଖ ସୁଦ୍ଧା ମୁଣ୍ଡଳୀ ଦେଇ ୭ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେବ । ବର୍ତ୍ତମାନ କୌଣସି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ନେଇ ଖବର ଆସିନାହିଁ । ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରହିଛି। ୧୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିଲା । ତାକୁ ମରାମତି କରାଯାଇଛି ମାତ୍ର ତାହା ଉପରେ ନଜର ରଖାଯାଇଛି। ଅଗଷ୍ଟ ୨୧ ଯାଏ ୬୨୨ ଫୁଟ ପର୍ଯ୍ୟନ୍ତ ପାଣି ହୀରାକୁଦ ଜଳଭଣ୍ଡାରରେ ରଖିହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.