ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା, ୨୭ ତାରିଖ ଯାଏ ଚାଲିବ

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୭ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ନବରଙ୍ଗପୁର,କଳାହାଣ୍ଠି, କନ୍ଧମାଳ, ରାୟଗଡ଼ା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ସମେତ ୧୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ର ର ସୂଚନା ଅନୁସାରେ ଜୁନ୍‌ ୧ରୁ ୨୩ ତାରିଖ ଭିତରେ ୯୨ ମିଲିମିଟର ବର୍ଷା ରେକର୍ଡ କରାହୋଇଛି । ଏହି ସମୟ ଭିତରେ ୧୪୬.୮ ମିଲିମିଟର ବର୍ଷା ହେବା କଥା । କିନ୍ତୁ ହୋଇଛି ୯୨ ମିଲିମିଟର । ଯାହାକି ସ୍ୱାଭାବିକ ଠାରୁ ୩୭ ପ୍ରତିଶତ କମ୍‌ ବର୍ଷା । ଭଦ୍ରକ,ବାଲେଶ୍ୱର, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ୬୦ ପ୍ରତିଶତ ଠାରୁ ନିଅଣ୍ଟିଆ ବର୍ଷା ହୋଇଛି । ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ, କନ୍ଧମାଳ,ରାୟଗଡା,ଗଜପତି ଓ କେରାପୁଟ ଜିଲ୍ଲାରେ ବି ବର୍ଷା ପରିମାଣ କମ୍‌ ରହିଛି । ମାସ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷା ଭରଣା ନେଇ ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.