କନଷ୍ଟ୍ରକ୍ସନ କମ୍ପାନୀ ଉପରେ IT ରେଡ୍, ୧୫ଟି ସ୍ଥାନରେ ଚଢ଼ାଉ

ସୁବର୍ଣ୍ଣପୁର: କନଷ୍ଟ୍ରକ୍ସନ କମ୍ପାନୀ ଉପରେ IT ରେଡ୍ । ସୁବର୍ଣ୍ଣପୁରରେ ଥିବା ରାମଚଣ୍ଡି କନଷ୍ଟ୍ରକ୍ସନ କମ୍ପାନୀରେ ଆୟକର ବିଭାଗର ଚଢାଉ ହୋଇଛି । ଘର, ଅଫିସ ଓ କ୍ରସର ୟୁନିଟ୍ ରେ ଚାଲିଛି ଏକକାଳୀନ ରେଡ୍ । ସମ୍ବଲପୁର, ଝାରସୁଗୁଡ଼ା, କଣ୍ଟାବାଞ୍ଜି, ରାୟପୁର, କୋଲକାତାରେ ଚାଲିଛି ଚଢାଉ । ୧୫ଟି ସ୍ଥାନରେ ଚଢ଼ାଉ କରୁଛି ୨୦ରୁ ଅଧିକ ଟିମ୍ । ଆର୍ଥିକ କାରବାରରେ ଅନିୟମିତତା ଅଭିଯୋଗରେ ଚାଲିଛି ରେଡ୍ ।

ସେହିପରି ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ ହୋଇଛି ।  ନବଙ୍କ ବଡଭାଇ ବ୍ରଜ ଦାସଙ୍କ ଘରେ ଆୟକର ଫାଙ୍କିବା ଅଭିଯୋଗରେ ରେଡ ହୋଇଛି । ସମ୍ୱଲପୁର ଧନକଉଡା ନିକଟସ୍ଥ ଭଡା ଘରେ ରେଡ ଜାରି ରହିଛି । ୧୦ଟି ଗାଡିରେ ବାହାରୁ ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି ।

କେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉନଥିଲେ , ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ୍ ରହିଛି , କେବଳ ସମ୍ବଲପୁର କି ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାଏଁ ଜଣାପଡିନାହିଁ । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି ।

 

Also Read :  ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍, ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ

You might also like