କଙ୍ଗାରୁ କୋର୍ଟରେ ଜଣେ ଯୁବକ ଓ ଯୁବତୀଙ୍କୁ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବା ପଡିଲା ମହଙ୍ଗା, ୫ ଗିରଫ

ଗଞ୍ଜାମ: କଙ୍ଗାରୁ କୋର୍ଟରେ ଜଣେ ଯୁବତୀ ଓ ଯୁବକଙ୍କୁ ଚପଲ ମାଳା ପିନ୍ଧାଇ ଗାଁ ବୁଲାଇବା ଘଟଣାରେ ୫ ଗିରଫ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଶରାବାଡି ପଞ୍ଚାୟତ କାଳିଆପଲ୍ଲୀ ଗାଁର ଘଟଣା ।

ଗତ ମହିଳା ଦିବସରେ ଗାଁର ଜଣେ ବିବାହିତ ଯୁବକଙ୍କ ସେହି ଗାଁର ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ଗାଁ ଦାଣ୍ଡରେ ଉଭୟଙ୍କୁ ଚପଲ ମାଳା ପିନ୍ଧାଇ ବୁଲାଇବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ପୋଲିସ୍‌ ୫ଜଣଙ୍କୁ ଅଟକ ରଖି ପଚରାରଉଚରା କରୁଛି । ମହିଳା ଜଣଙ୍କର ୪ଟି ସନ୍ତାନ ଥିବା ବେଳେ ଯୁବକଙ୍କ ୨ଜଣ ଛୁଆ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.