୧୫ ଯାଏ ରାଜ୍ୟରେ ଜାରି ରହିବ ବର୍ଷା, ଆସନ୍ତା ସପ୍ତାହରେ ଆଉ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ

ଭୁବନେଶ୍ୱର(କେନ୍ୟୁଜ୍): ୧୫ ଯାଏ ପ୍ରବଳ ବର୍ଷିବ। ରାଜ୍ୟରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ହୋଇ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହରେ ଆଉ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ। ଆସନ୍ତା ୯ ଓ ୧୩ରେ ଏହି ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁଲାଇ ୧୫ ଯାଏ ରାଜ୍ୟରେ ବର୍ଷା ଜାରି ରହିବ।

ବିଶେଷକରି ୧୦ ଓ ୧୪ ତାରିଖରେ ପ୍ରବଳ ବର୍ଷା ଓ ଦକ୍ଷିଣ ଡ଼ିଶାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା-ବୌଦ୍ଧ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଗତ ୫ ଦିନ ଭିତରେ ରାଜ୍ୟରେ ମୋଟ ୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.