ଅବପାତର ରୂପ ନେଲା ଲଘୁଚାପ, ପ୍ରଭାବରେ ଆସନ୍ତାକାଲି ସକାଳ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ବର: ଅବପାତର ରୂପ ନେଲା ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ୨୧ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ରେଡ୍‌ ୱାର୍ଣ୍ଣିଂ। ସେଗୁଡିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ ଓ ଅନୁଗୁଳ। ଏହି ଜିଲ୍ଲାର କିଛି ସ୍ଥାନରେ ୱାଟର ଲଗିଂ ସହ ହଠାତ ବନ୍ୟାପାଣି ମାଡିଯିବା ଆଶଙ୍କା ରହିଛି।

ସେହିପରି ୯ଟି ଜିଲ୍ଲା କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି,ପୁରୀ, ଖୋର୍ଦ୍ଧା, ମାଲକାନଗିରି , କୋରାପୁଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଲଘୁଚାପ ପ୍ରଭାବରେ ଟ୍ଵିନ୍‌ସିଟିରେ ପ୍ରବଳ ବର୍ଷା ଲାଗିରହିଥିବାରୁ କଟକ ଓ ଭୁନେଶ୍ୱରରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

red warning in odishaବର୍ଷା ବଢୁଥିବାରୁ ସବୁ ଜିଳ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛିନ୍ତି ଏସଆରସି । ସବୁ ନଦୀ ବନ୍ଧ ଓ ତଳି ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ସହରାଞ୍ଚଳରେ ପାଣି ଜମିଲେ ତୁରନ୍ତ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ସହ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ଆଲର୍ଟ ରଖିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.