ପୁଣି ଆସୁଛି ଲଘୁଚାପ! ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ, ଏବେ ସୁଦ୍ଧା ୧୦୮୪.୩ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ସମ୍ଭାବନା ଥିବା ୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ େଓ୍ଵଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ପ୍ରଭାବରେ ଆସନ୍ତା ୧୪ ତାରିଖ ଯାଏ ବର୍ଷା ଲାଗି ରହିବ ।

୧୪ ତାରିଖରେ ମଧ୍ୟ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପ୍‌ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମୌସୁମୀ ପୁଣି ସକ୍ରିୟ ହେବ। ବଢିବ ବର୍ଷାର ବିସ୍‌ୃତି ଓ ପରିମାଣ। ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୫ ପ୍ରତିଶତ ଅଧିକ।

Leave A Reply

Your email address will not be published.