ଭିନଟେଜ୍ ବାଇକ ତିଆରି କଲେ ଆଇଟିଆଇ ଛାତ୍ରଛାତ୍ରୀ, ଦେଖିଲେ ଆଖି ଲାଖିଯାଉଛି

ଅଦକରାରୀ ଲୁହାରେ ବାଇକ ସଂଗ୍ରହାଳୟ । ଏଭଳି ବାଇକ ସଂଗ୍ରହାଳୟକୁ ନିର୍ମାଣ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ । ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏଭଳି ବାଇକ ନିର୍ମାଣ କରିଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ) : ଅଦକରାରୀ ଲୁହାରେ ବାଇକ ସଂଗ୍ରହାଳୟ । ଏଭଳି ବାଇକ ସଂଗ୍ରହାଳୟକୁ ନିର୍ମାଣ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ । ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏଭଳି ବାଇକ ନିର୍ମାଣ କରିଛନ୍ତି । ଭିନ୍ନ ଭିନ୍ନ ଡ଼ିଜାଇନ ସହିତ ରଙ୍ଗ ବେରଙ୍ଗର ୫୦ରୁ ଅଧିକ ବାଇକକୁ ଛାତ୍ରଛାତ୍ରୀ ମାନେ ର୍ନିମାଣ କରିଥିବା ବେଳେ ଏହି ବାଇକ ଗୁଡ଼ିକୁ ଅନୁଷ୍ଠାନର ପରିସରରେ ସଜ୍ଜିତ କରି ରଖାଯାଇଛି । ଆଉ ଅଦରକାରୀ ଲୁହାରେ ର୍ନିମିତ ହୋଇଥିବା ଏହି ବାଇକ ସଂଗ୍ରହାଳୟକୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ଲାଗିବା ସହ ଦେଖାଣହାରୀମାନେ ଏହାକୁ ପ୍ରଶଂସା କରୁଛନ୍ତି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ।

ବର୍ତ୍ତମାନର ଯୁବପିଢ଼ି ମାନଙ୍କର ସବୁଠାରୁ ପ୍ରିୟ ହେଉଛି ରେସିଙ୍ଗ ବାଇକ । ଆଉ ବାଇକ ଗୁଡ଼ିକୁ ବିଭିନ୍ନ ରଙ୍ଗରେ ଡ଼ିଜାଇନ କରିବା ସହିତ ଏହାକୁ ଚଳାଇବା ନିମନ୍ତେ ପସନ୍ଦ କରିଥାନ୍ତି ଯୁବପିଢ଼ି । ଆଉ ଯୁବପିଢ଼ି ମାନଙ୍କର ଏଭଳି ବାଇକ ପ୍ରତି ରହିଥିବା ଦୁର୍ବଳତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅଦରକାରୀ ଲୁହା ସାମଗ୍ରୀରେ ର୍ନିମାଣ କରିଛନ୍ତି ବିଭିନ୍ନ ଡ଼ିଜାଇନର ବାଇକ । ଆଉ ଏହି ବାଇକ ଗୁଡ଼ିକ ଅତି ଛୋଟ ହୋଇଥିଲେ ସୁଦ୍ଧା ଆଖିକୁ ଦେଖିବାକୁ ଯେତେ ସୁନ୍ଦର ସେତେ କାରୁକାର୍ଯ୍ଯପୂର୍ଣ୍ଣ ମଧ୍ୟ । ଶିଳ୍ପ ତାଲିମ ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ସାମୁହିକ ଭାବେ ଏହି ବାଇକ ଗୁଡ଼ିକ ର୍ନିମାଣ କରିଛନ୍ତି । ଗତ ଏକ ମାସ ମଧ୍ୟରେ ଏଭଳି ବିଭିନ୍ନ ଡ଼ିଜାଇନ ରଙ୍ଗବେରଙ୍ଗର ୫୦ରୁ ଅଧିକ ବାଇକ ର୍ନିମାଣ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଆଉ କିଛି ବାଇକ ର୍ନିମାଣରେ ଲାଗିପଡ଼ିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ଅଦରକାରୀ ଲୁହା ତଥା ସାଇକେଲ ଚେନ, ବେରିଂ, ଚେନ କ୍ରାଙ୍କ ସହ ଆଉ କିଛି ଲୁହା ସାମଗ୍ରୀକୁ ଏକତ୍ରିତ କରିଥିଲେ । ଏହାପରେ ୟୁଟ୍ଯୁବରୁ ଦେଖିଥିଲେ କିଭଳି ଅଦରକାରୀ ଲୁହାରେ ବିଭିନ୍ନ ଡ଼ିଜାଇନର ବାଇକ ର୍ନିମାଣ କରାଯାଇପାରିବ । କିଛି ଡ଼ିଜାଇନକୁ ଚୟନ କରିବା ପରେ ତାହାକୁ ଦେଖି ଏଭଳି ବିଭିନ୍ନ ଡ଼ିଜାଇନର ବାଇକ ର୍ନିମାଣ କରିବା ସମ୍ଭବପର ହୋଇପାରିଛି । ଏଭଳି ବାଇକ ର୍ନିମାଣ କରିବା ଫଳରେ ପ୍ରାକ୍ଟିକାଲ ଜ୍ଞାନ ବଢ଼ିବା ସହିତ ଅଦରକାରୀ ଲୁହା ସାମଗ୍ରୀକୁ ନେଇ କିଛି ନୂଆ ସାମଗ୍ରୀ କରାଯାଇପାରିବ ସେ ନେଇ ଅଧିକ ତଥ୍ଯ ଜଣାପଡ଼ିଛି ବୋଲି କହିଛନ୍ତି ଅନୁଷ୍ଠାନର ଛାତ୍ରମାନେ ।

bikeଆଇଟିଆଇ ଛାତ୍ରଛାତ୍ରୀ ମାନେ ଯଦିଓ ଶ୍ରେଣୀଗୃହରେ ନିଜର ବିଷୟକୁ ନେଇ ପାଠପଢ଼ିଥାନ୍ତି । କିନ୍ତୁ ଏଭଳି କିଛି କିଛି ଅଦରକାରୀ ଲୁହାରେ ନୂଆ ନୂଆ ସାମଗ୍ରୀ ର୍ନିମାଣ କଲେ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ । ଆଉ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ଅଦରକାରୀ ଲୁହା ସାମଗ୍ରୀର କିଭଳି ବାଇକ ର୍ନିମାଣ କରିବେ ସେ ନେଇ କୁହାଯାଇଥିଲା । ସେହିପ୍ରକାରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଡ଼ିଜାଇନର ବାଇକ ର୍ନିମାଣ କରିଥିଲେ । ପରିଶେଷରେ ପେଇଣ୍ଟର ବିଭାଗର ଛାତ୍ରଛାତ୍ରୀ ମାନେ ବାଇକ ଗୁଡ଼ିକୁ ବିଭିନ୍ନ ରଙ୍ଗେରେ ରଙ୍ଗିନ କରିଥିଲେ । ଯାହାଫଳରେ ବାଇକ ଗୁଡ଼ିକୁ ଆଇଟିଆଇ ପରିସରରେ ରଖିବା ପରେ ଆହୁରି ସୁନ୍ଦର ଦେଖାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଦକ୍ଷତା ମଧ୍ୟ ଏଥିରେ ପ୍ରତିଫଳିତ ହେଉଛି ବୋଲି କହିଛନ୍ତି ଅନୁଷ୍ଠାନର ଶିକ୍ଷକ । ବର୍ତ୍ତମାନ ସମୟରେ ବାଇକ ପ୍ରତି ଯୁବପିଢ଼ି ମାନଙ୍କର ଅଧିକ ଦୁର୍ବଳତା ରହିଥିବା ବେଳେ ଏଭଳି ଅଦରକାରୀ ଲୁହାରେ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ବାଇକ କରାଯାଇପାରିବ ସେ ନେଇ କୁହାଯାଇଥିଲା । ସେହିକ୍ରମରେ ଛାତ୍ରଛାତ୍ରୀ ମାନେ ଅତି ନିଖୁଣ ଭାବେ ବିଭିନ୍ନ ଡ଼ିଜାଇନର ବାଇକ ର୍ନିମାଣ କରିଛନ୍ତି ।ପ ଏଭଳି ବାଇକ ର୍ନିମାଣ କରିବା ଦ୍ଵାରା ଛାତ୍ରଛାତ୍ରୀ ମାନେ ନିଜ ମଧ୍ୟରେ ରହିଥିବା ଗୁଣାବଳିକୁ ବିକାଶ କରିବା ସହିତ ପାଠପଢ଼ା ଶେଷ ହେବା ପରେ ଆଗାମୀ ଦିନରେ ଏହାକୁ ନିଜର ରୋଜଗାରର ଏକ ପନ୍ଥା ଭାବେ ଗ୍ରହଣ କରିପାରିବେ ବୋଲି କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ।

ଆଇଟିଆଇର ଛାତ୍ରଛାତ୍ରୀ ମାନେ ପୂର୍ବରୁ ଅଦରକାରୀ ଲୁହାରେ ବିଭିନ୍ନ ପ୍ରକାରର ସାମଗ୍ରୀ ର୍ନିମାଣ କରି ଅନେକ ପ୍ରଶଂସା ପାଇଥିବା ବେଳେ ଅନେକ ରେକର୍ଡ଼ରେ ମଧ୍ୟ ତାହା ସ୍ଥାନିତ ହୋଇଥିଲା । ଆଉ ବର୍ତ୍ତମାନ କରିଥିବା ଅଦରକାରୀ ଲୁହାରେ ବାଇକ ଗୁଡ଼ିକ ଦେଖିବାକୁ ବେଶ ଆକର୍ଷଣୀୟ ଓ କାରୁକାର୍ଯ୍ଯପୂର୍ଣ୍ଣ ରହିଥିବା ଯୋଗୁଁ ଏହା ମଧ୍ୟ ବିଭିନ୍ନ ରେକର୍ଡ଼ରେ ସାମିଲ ହେବା ନେଇ ଆଶା ରଖିଛନ୍ତି ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ।

ବ୍ରହ୍ମପୁରରୁ ଭିଡିଓଗ୍ରାଫର ଟୁଟୁ ବେହେରାଙ୍କ ସହ ମାନସ ବିଷୋୟୀଙ୍କ ରିପୋର୍ଟ କେନ୍ୟୁଜଓଡିଶା