ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର : ଏମସରେ ଚିକିତ୍ସାଧୀନ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରିବେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଏକ ପାଞ୍ଚଜଣିଆ ଜଣିଆ ଡାକ୍ତରୀ ଟିମ ମଧ୍ୟ ଦିଲ୍ଲୀ ଯିବେ । ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି । ସେମାନଙ୍କୁ ଏବେ ଓଡ଼ିଶା ଫେରାଇ ଅଣାଯିବ କିମ୍ବା ନାହିଁ ସେନେଇ ଡାକ୍ତରୀ ଟିମ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ଦରକାର ପଡ଼ିଲେ ଏମସରେ ଆଉ କିଛି ଦିନ ଜଗାବଳିଆଙ୍କୁ ରଖି ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଅଲଗା ହେବା ପରେ ଦୁଇଭାଇ ସୁସ୍ଥ ହେଉଛନ୍ତି । ସେମାନଙ୍କ ମୁଣ୍ଡରୁ ଷ୍ଟିଚ୍ ଖୋଲାଯାଇଛି । ୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅଲଗା କରାଯାଇଥିଲା । ଜଗା ସଂପୂର୍ଣ୍ଣ ସୁସ୍ଥ ହୋଇସାରିଥିବାବେଳେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି । କନ୍ଧମାଳ ଜିଲ୍ଲାର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ସମ୍ପର୍କରେ ପ୍ରଥମେ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଯୋଡ଼ାମୁଣ୍ଡ ଅଲଗା କରିବା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଥିଲେ । ଦିଲ୍ଲୀ ଏମ୍ସରେ ସେମାନଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ସେବେଠାରୁ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମର ନିରୀକ୍ଷଣରେ ଜଗା-ବଳିଆ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.