ଖୁବ୍‌ ଶୀଘ୍ର ଓଡ଼ିଶା ଫେରିବେ ଜଗା-ବଳିଆ

ଦିଲ୍ଲୀ(କେନ୍ୟୁଜ୍): ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ । ଜୁଲାଇ ଦ୍ୱିତୀୟ ସପ୍ତାହରେ ଜଗା ବଳିଆ ଓଡ଼ିଶା ଫେରିପାରନ୍ତି । ଏନେଇ ଆଜି ଦିଲ୍ଲୀରେ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଯୁଗ୍ମ ସଚିବ ଓ ତିନି ଜଣିଆ ଡାକ୍ତରୀ ଦଳ ବୈଠକରେ ସାମିଲ ହେବ । ଆଜିର ବୈଠକରେ ଜଗା ବଳିଆଙ୍କ ସ୍ଥାନାନ୍ତର ନେଇ ତାରିଖ ନିର୍ଦ୍ଧାରଣ ହୋଇପାରେ । ଜଗା ବଳିଆ ଏବେ ସୁସ୍ଥ ଅଛନ୍ତି । ଘରକୁ ଫେରିବା ନେଇ ଜଗା ବଳିଆଙ୍କ ବାପା ମାଆ ସରକାରଙ୍କୁ ଜଣାଇଥିଲେ । ଏବେ ସେମାନେ ଓଡ଼ିଶା ଫେରୁଥିବାରୁ ବେଶ୍‌ ଖୁସି ଅଛନ୍ତି । ୨ ବର୍ଷ ପରେ ୨ ଶିଶୁଙ୍କର ପୁଣି ଥରେ ଅସ୍ତ୍ରୋପଚାର କରାଯିବ । ଦୁଇ ବର୍ଷ ହେବ ଦିଲ୍ଲୀ ଏମସ୍‌ର ପ୍ରାଇଭେଟ୍‌ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି ଯାଆଁଳା ଭାଇ । ୨୦୧୭ ମସିହାରେ ସର୍ଜରୀ କରି କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅଲଗା କରାଯାଇଥିଲା । ସର୍ଜରୀ ପାଇଁ ଜାପାନରୁ ଏକ୍ସପର୍ଟ ଆସିଥିଲେ । ଅପରେସନ୍‌ ପରେ ଜଗା ବଳିଆଙ୍କୁ ଏମସ୍‌ର ପ୍ରାଇଭେଟ୍‌ ଓ୍ଵାର୍ଡକୁ ସିପ୍ଟ କରାଯାଇଥିଲା । ଜଗା ବଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ଅସ୍ତ୍ରୋପଚାର ପରେ ମୁଖ୍ୟମନ୍ତ୍ରୀ ନିଜେ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.