ସୁସ୍ଥ ହେବାପରେ ମେଡିକାଲ୍ ପରିସରରେ ଚଲାବୁଲା କରୁଛି ଜଗା, ଫୁଲବାଣୀରେ ଏକ ସ୍ୱତନ୍ତ୍ର କୋଠରୀରେ ରହିଛି ଚିକିତ୍ସାଧୀନ

କନ୍ଧମାଳ(କେନ୍ଯୁଜ୍): ସୁସ୍ଥ ହେବା ପରେ ଏବେ ଧୀରେ ଧୀରେ ବାହାରକୁ ଆସୁଛି ଜଗା । ପାର୍କ ଓ ବଜାରରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଏକ କୋଟି ଅର୍ଥଦାନ, ରାଜ୍ୟବାସୀଙ୍କ କାମନା ଓ ଡାକ୍ତରଙ୍କ ଅପ୍ରାଣ ପ୍ରଚେଷ୍ଟା ଯୋଗୁଁ ଯୋଡା ମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର ଦ୍ୱାରା ଦୁଇ ମୁଣ୍ଡ ଅଲଗା ହୋଇଥିଲା ।

ଦୀର୍ଘ ଦିନ ଧରି ଦିଲ୍ଲୀ ଏମ୍ସ ହସପିଟାଲରେ ରହି ସୁସ୍ଥ ହେବା ପରେ ପ୍ରଥମେ କଟକ ଓ ପରେ ନିଜ ଜନ୍ମ ମାଟି କନ୍ଧମାଳକୁ ଫେରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଠାରେ ଏକ ସ୍ୱତନ୍ତ୍ର କୋଠରୀରେ ଚିକିତ୍ସାଧିନ ରହିଥିଲେ । ତେବେ କିଛି ଦିନ ପରେ ଜଗାକୁ ଛାଡି ସବୁଦିନ ପାଇଁ ଚାଲିଗଲା ବଳିଆ । ଏବେ ଜଗାର ଭଉଣୀ ସୁଭଦ୍ରା ଆସିବା ପରେ ଭାଇକୁ ଧୀରେ ଧୀରେ ଭୁଲିବାକୁ ଲାଗିଛି ଜଗା । ଜିଲ୍ଲା ପ୍ରଶାସନ ଓ ମେଡିକାଲ୍‌ ଅଧିକାରୀଙ୍କ ତତ୍ୱାବଧାନରେ ରହିଛି ଜଗା ।

ସୁସ୍ଥ ହେବା ପରେ ମେଡିକାଲ୍‌ ପରିସର ମଧ୍ୟରେ ଚଲାବୁଲା କରିବା, ପ୍ରତିଦିନ ମାଗଣାରେ ମେଡିକାଲ୍‌ ସ୍ଥିତ ସାଇନ୍ସ ପାର୍କ ଯାଇ ସେଠାରେ ଦୋଳି ଖେଳିବା ଓ ନିକଟ ବଜାରକୁ ବାପାଙ୍କ ସହ ବୁଲିଯାଉଥିବା ଦେଖିବାକୁ ମିଳୁଛି । ବର୍ତମାନ ଜଗାର ସ୍ୱାସ୍ଥ୍ୟ ଭଲ ଥିବା କହିଛନ୍ତି ଏଡିଏମ୍‌୍‌ଓ ଅଭୟ କୁମାର ପଟ୍ଟନାୟକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ଚିକିତ୍ସା ଓ ଭଲ ଖାଇବା ପିଇବା ମିଳୁଥିବା କହିଛନ୍ତି ଜଗାଙ୍କ ବାପା । ଜଗାକୁ ବଜାର ଓ ପାର୍କରେ ବୁଲିବା ଦେଖି ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ତେବେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଯାଇନଥିବାରୁ ଜଗାକୁ ମାସ୍କ ପରିଧାନ କରିବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.