ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି: ମା’ ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା

 ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜଗାର ମା’ । ବଳିଆର ମୃତ୍ୟୁ ପରେ ଏକା ଏକା ହୋଇଯାଇଥିଲା ଜଗା । ଭାଇକୁ ନଦେଖି ନିରାଶ ରହୁଥିଲା । କିନ୍ତୁ ଏବେ ଜଗା ପାଖକୁ ଆସିଛି ସୁଭଦ୍ରା । ମା’ ପୁଷ୍ପାଞ୍ଜଳି କହଁରଙ୍କ ଗର୍ଭରୁ ଜନ୍ମ ନେଇଛି କନ୍ୟା ସନ୍ତାନ ।

ସୁଭଦ୍ରା ଆସିବା ପରେ ଜଗାର ଘର ଚଳଚଞ୍ଚଳ । ଆଗପରି ସେ ଗୁମ ମାରି ବସୁନି କି ବଳିଆକୁ ମନେ ପକାଉ ନାହିଁ । ପାଖରେ ଭଉଣୀକୁ ପାଇ ଟିକିଏ ବି ଛାଡି ଯାଉନି । ତାର ଦୈନନ୍ଦିନ ରୁଟିନ ବି ବଦଳେଇ ଦେଇଛି । ରୁମ ଭିତରକୁ କାହାରିକୁ ଛାଡୁନି ଜଗା । ଜଗାର ଏଭଳି ପରିବର୍ତନ ଦେଖି ସମସ୍ତେ ଖୁସି । ଜଗା ପୁଣି ଦିଲ୍ଲୀ ପୁଣି ଯିବବ ଅପରେସନ ପାଇଁ । ସେ ବର୍ତମାନ ପୁରା ସୁସ୍ଥ ଓ ସାଧାରଣ ପିଲାଙ୍କ ପରି କଥାବାର୍ତ୍ତା କରୁଛି।

Leave A Reply

Your email address will not be published.