ଅଜଣା ରୋଗରେ ପୀଡିତ ଜଗା, ଲୁହ ନୁହେଁ ଲହୁ ବୁହାଉଛନ୍ତି ବାପା-ମା

ଗଞ୍ଜାମ (କନ୍ୟେୁଜ୍‌) : ଶେରଗଡ ବ୍ଲକ୍‌ ଅନ୍ତର୍ଗତ ଗୋଠଗାଁ ଗ୍ରାମରେ ପ୍ରଭାକର ପ୍ରଧାନଙ୍କ ସୁଖର ସଂସାରରେ ଦୁଃଖର ବୋଝ ପଡିଛି। ତିନି ପୁଅ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ବହୁତ ଦାରିଦ୍ର୍ୟରେ ଚଳୁଥିବା ପ୍ରଭାକରଙ୍କ ସାନ ପୁଅ ଜଗାର ଜନ୍ମ ପରେ ଯେମିତି ତାଙ୍କ ସୁଖର ସଂସାରରେ ଗ୍ରହଣ ଲାଗି ଯାଇଛି। ଏକ ଅଜଣା ଚର୍ମ ରୋଗରେ ଆକ୍ରାନ୍ତ ହୋଇଛି ପୁଅ ଜଗା। ଶରୀରର ଅବସ୍ଥା ଏପରି ହୋଇଯାଇଛି ଯେ କେହି ହେଲେ ବି କ୍ଷଣିତ ମୁହୂର୍ତ୍ତ ପାଇଁ ଚାହିଁ ପାରିବେ ନାହିଁ। ପୁଅର ଏପରି ଅବସ୍ଥା ଦେଖି ବାପା,ମା’ଙ୍କ ଆଖିରେ ଲୁହ ସୁଖୁନାହିଁ।

roga

ପାଠ ପଢ଼ିବା ତ ଦୂରର କଥା ଜଗାର ସାଙ୍ଗ ହେବାକୁ ମଧ୍ୟ ପିଲାମାନେ ରାଜି ହେଉନାହାନ୍ତି। ଏହି ରୋଗ ପାଇଁ ଜଗାକୁ ଯେତିକି କଷ୍ଟ ହେଉଛି ତାଠାରୁ ଅଧିକ କଷ୍ଟ ହେଉଛି ତା ବାପା-ମା’ଙ୍କୁ। ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଛି। କାରଣ ଦୁଇ ଓଳି ଖାଇବା ପାଇଁ ଅସମର୍ଥ ଏହି ପରିବାର। କୌଣସି ସହ୍ରୁଦୟ ବ୍ୟକ୍ତି କିମ୍ବା ସରକାରଙ୍କ ଦ୍ରୁଷ୍ଟି ପଡିଲେ ପୁଅର ଚିକିତ୍ସା ହୋଇପାରିବ ବୋଲି ଆଶା ବାନ୍ଧି ବସିଛନ୍ତି ଜଗାର ପରିବାର ଲୋକେ।

ସହାୟତା ପାଇଁ ଯୋଗାଯୋଗ କରିବାର ଠିକଣା ହେଲା : ପ୍ରଭାକର ପ୍ରଧାନ, ଗୋଠ ଗାଁ, ଶେରଗଡ଼, ଗଞ୍ଜାମ । ଫୋନ୍‌ ନଂ-7326831218.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.