କଟକ ଏସ୍‌ସିବିରୁ ଡିସଚାର୍ଜ ହେବ ଜଗା, ଭର୍ତ୍ତି କରାଯିବ ଫୁଲବାଣୀ ମେଡିକାଲରେ

କନ୍ଧମାଳ: କନ୍ଧମାଳ ଫେରିଯିବ ଜଗା। କଟକ ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହେବ। ଦୀର୍ଘ ୨ ବର୍ଷ ହେବ ଏସ୍‌ସିବି ଡାକ୍ତରଙ୍କ ତତ୍ୱାବଧାନରେ ରହିଥିବା ଜଗା କନ୍ଧମାଳ ଫେରିଯିବ । SCBରୁ ଡିସଚାର୍ଜ କରାଯାଇ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯିବ। ଏଥିଲାଗି କନ୍ଧମାଳର ଏକ ଡାକ୍ତରୀ ଟିମ୍‌ ଏସ୍‌ସିବିରେ ପହଞ୍ଚି ଜଗାର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବେ।

ଏହାସହ ତାର ଭବିଷ୍ୟତ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଏସ୍‌ସିବି ବିଶେଷଜ୍ଞ ଟିମ୍‌ ସହ ଆଲୋଚନା କିରବେ। ୨୦୧୭ରେ ଯୋଡା ମୁଣ୍ଡ ଜଗା-ବଳିଆଙ୍କୁ ଅଲଗା କରାଯିବା ପରେ ଦୁଇ ବର୍ଷ ତଳେ ଦୁଇ ଜଣଙ୍କୁ ଏମ୍‌ସରୁ ଏସ୍‌ସିବିକୁ ଅଣାଯାଇଥିଲା। ୨୦୧୯ ସେପ୍‌ଟେମ୍ବରରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତବର୍ଷ ବଳିଆର ମୃତ୍ୟୁ ହୋଇଥିଲା। କିନ୍ତୁ ଜଗା ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.