ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି : ଆଜିଠୁ ଆଡ଼ପ ଦର୍ଶନ ଦେଉଛନ୍ତି ମହାବାହୁ

ପୁରୀ: ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି। ଆଜିଠୁ ଆଡ଼ପ ଦର୍ଶନ ଦେଉଛନ୍ତି ମହାବାହୁ। କଡ଼ା ସୁରକ୍ଷା ଭିତରେ ଭକ୍ତମାନେ ଶ୍ରୀଜିଉଙ୍କର ଦର୍ଶନ କରୁଛନ୍ତି। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଲାଇନରେ ଯାଇ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କର ଦର୍ଶନ କଲେ କୋଟି ପୁଣ୍ୟ ମିଳେ।

ସେପଟେ ଆଜିଠୁ ମିଳିବ ଆଡ଼ପ ଅବଢ଼ା। ବେଶ କିଛି ଦିନ ମହାପ୍ରଭୁଙ୍କ ଅବଢ଼ା ପାଇବାରୁ ବଞ୍ଚିତ ହୋଇଥିବା ଭକ୍ତ ନିଜକୁ ଧନ୍ୟ ମନେ କରିବେ। ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ବର୍ଷକୁ ଥରେ ରଥଯାତ୍ରା ବେଳେ ଏହି ଅବଢ଼ା ପ୍ରସ୍ତୁତ ହୋଇଥାଏ। ଗତକାଲି ରଥାରୂଢ଼ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ନିଆଯାଇଥିଲା।

ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୭ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ବନ୍ଦ ରହିବ ଦର୍ଶନ। ନବଦିନାତ୍ମକ ରଥଯାତ୍ରାରେ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ଶ୍ରୀଜଗନ୍ନାଥ।

Leave A Reply

Your email address will not be published.