ଝାରସୁଗୁଡ଼ାରରେ ମହାପ୍ରଭୁଙ୍କ ମହିମା: ପୁଣି ରୁଟିରେ ଦେଖାଗଲା ଜଗାର ପ୍ରତିଛବି

ଝାରସୁଗୁଡା(କେନ୍ୟୁଜ): ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର । ମହାପ୍ରଭୁ ବିଭିନ୍ନ ସ୍ଥାନରେ ବିରାଜମାନ ହୋଇଥାନ୍ତି । ଯାହାକୁ ତାଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କୁ ତାଙ୍କ ପ୍ରତି ଥିବା ଭକ୍ତି ଏବଂ ବିଶ୍ୱାସ ଭାବକୁ ବଢ଼ାଇ ଥାଏ । ମହାପ୍ରଭୁ ଜଗନ୍ନାଥ କେତେବେଳେ ବୃକ୍ଷରେ, ଫଳରେ ଏବଂ ଖାଦ୍ୟ ପଦାର୍ଥ ରେ ମଧ୍ୟ ତାଙ୍କର ଅସ୍ତିତ୍ବ ଜାହିର କରିବା କିଛି ନୂଆ ଘଟଣା ନୁହେଁ । ତେବେ ସେହିପରି ଝାରସୁଗୁଡ଼ାରରେ ପୁଣି ଦେଖିବାକୁ ମିଳିଛି ପ୍ରଭୁଙ୍କ ମହିମା ।

ଦର୍ଶକବନ୍ଧୁ ଜଗତର ନାଥ ଜଗନ୍ନାଥ, ସମଗ୍ର ବିଶ୍ଵର ଆରାଧ୍ୟ ଦେବତା। ଭକ୍ତର ଭକ୍ତିରେ ଆପେଆପେ ଟାଣି ହୋଇ ଚାଲିଆସନ୍ତି । ସେଇଥିପାଇଁ ତ ସେ ହେଉଛନ୍ତି ଭାବବିନୋଦିୟା । ଦାସିଆ ବାଉରୀ ହାତରୁ ନଡ଼ିଆ ନେବା ଏବଂ ଭକ୍ତ ଶାଳବେଗର ବାଲି ରଥ କଥା ହେଉ । ନିଜ ଭକ୍ତଙ୍କ ପାଖକୁ ଟାଣି ହୋଇ ଆସନ୍ତି । ଝାରସୁଗୁଡ଼ା ସହରର ରେଳବାଇ କୋଲୋନୀର ବାରଖୁଲି ବସ୍ତିର ନୃପତୀ ଭୋଇଙ୍କ ଘରେ ଗତ ରାତିରେ ରୁଟିରେ ମହାପ୍ରଭୁଙ୍କ ପ୍ରତିଛବି ଦେଖାଯିବା ପରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଛି । ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଗଣ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦୃଶ୍ଯ ଦେଖିବାକୁ ମିଳିଛି ।

ରୁଟି ତିଆରି କରୁ କରୁ ହଠାତ୍ ଦିଶିଗଲା ଜଗା ର ମୁହଁ । ତା ପରଠୁ ଏହି ପରିବାରରେ ଖେଳି ଜାଇଛି ଆନନ୍ଦ ର ଲହରୀ । ପାଖ ପଡିଶା ମଧ୍ୟ ଦର୍ଶନ କରିବାକୁ ଭିଡ଼ ଜମାଇଛନ୍ତି। ଧୂପ ଦିଅ ଫୁଲ ଦେଇ ଚାଲିଛି ରୁଟି ର ପୂଜା ଯେଉଁଥିରେ ଫୁଟି ଦିଶୁଛି ଜଗତର ନାଥ ଜଗରନାଥଙ୍କ ଛବି । ଯାହା ସୂଚନା ମିଳିଛି ନୃପତି ଭୋଇଙ୍କ ଘରେ ବୋହୁ ମାନେ ରାତିରେ ରୁଟି ତିଆରି କଲାବେଳେ ଦେଖିବାକୁ ପାଇଲେ ରୁଟିରେ ଦିଶିଯାଉଛି ଜଗତର ନାଥ ଜଗରନ୍ନାଥଙ୍କ ପ୍ରତି ଛବି। ଦେଖୁ ଦେଖୁ ରୁଣ୍ଡ ହୋଇଗଲେ ପାଖ ପଡିଶା । ସତେ ଅବା ଅର୍ଣ୍ଣଦେବୀ ମା ଲକ୍ଷ୍ମୀଙ୍କ ରୁଟି ରେ ବିରାଜମାନ କରିଛନ୍ତି ସ୍‌ୱୟଂ ଜଗନ୍ନାଥ । ନାନାଦି ନୈବେଦ୍ୟ ଦେଇ ପୂଜାଘରେ ପୂଜା ପାଉଛି ଜଗର ଛବି ଥିବା ରୁଟି ।

ବିଶ୍ୱାସର ମାପକାଠି ବିଜ୍ଞାନ ହୋଇ ନ ପାରେ । ସେ ବିଶ୍ୱାସ ହେଉ କି ଅନ୍ଧ ବିଶ୍ୱାସ ଭକ୍ତର ଭକ୍ତି ଉପରେ କେବଳ ଅଧିକାର ସେହି ଭକ୍ତ ଆଉ ତା ଭଗବାନର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.