ପୁରୀ : ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ । ଅବକାଶ ନୀତି ପରେ ବଡ ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି ।
କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ବଡ ଠାକୁରଙ୍କ ବାଡରେ ହରିହର ବେଶ ହେବାର ବିଧି ରହିଛି । ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ ଦୁଇଟି ସୋମବାର ପଡୁଥିବାରୁ ଆଜି ଏବଂ ଆସନ୍ତା ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶ ସଜିତ କରାଯିବ ।
କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିଛନ୍ତି ଭକ୍ତ ।